ବିବାହକୁ ନେଇ ଛକାପଞ୍ଝା : ଗାଁରେ ଉତ୍ତେଜନା…

ଜଳେଶ୍ୱର (ସମୃଦ୍ଧ ଓଡିଶା) ରାଇବଣିଆ ଥାନା ଅନ୍ତର୍ଗତ ମହୁଲକୋଲି ଗାଁର ଜଗବନ୍ଧୁ ଜେନାଙ୍କ ପୁଅ ସ୍ୱାଧିନ ଜେନା ସହିତ ଶ୍ରୀରାମପୁର ଗାଁର ଲକ୍ଷ୍ମୀଧର ମଲ୍ଲିକଙ୍କ ଝିଅର ପ୍ରେମ ବିବାହ ଜଳେଶ୍ୱର ନୋଟାରୀରେ ଏଫିଡେଭିଟ୍ ହୋଇଥିଲା । କିନ୍ତୁ ଏହାକୁ ନେଇ ଦୁଇ ପରିବାର ମଧ୍ୟରେ ଛକାପଞ୍ଝା ଓ ଥାନାରେ ମାମଲା ହୋଇଥିବା ବେଳେ ଗତ ମଙ୍ଗଳବାର ବିଳମ୍ବିତ ରାତିରେ ଲକ୍ଷ୍ମିଧର ମଲ୍ଲିକ ଓ କେତେକ ସହଯୋଗୀ ଦୀନବନ୍ଧୁ ଜେନାଙ୍କ ଘରେ ପହଞ୍ଚି ବାକ୍ ବିତଣ୍ଡା ଓ ଠେଲାପେଲା କରିଥିଲେ । ଶେଷରେ ରାଇବଣିଆ ପୋଲିସ୍ ଘଟଣା ସ୍ଥଳକୁ ଯାଇ ସମାଧାନ କରିଥିଲା ଏବଂ ଘଟଣା ସ୍ଥଳରୁ ଏକ ସୁନାହାର ଲୋଟ ହୋଇଥିବା ଅଭିଯୋଗ ହୋଇଥିବାର ଦୀନବନ୍ଧୁ ଜେନାରେ ଥାନାରେ ଅଭିଯୋଗ କରିଛନ୍ତି । ଏ ସଂପର୍କରେ ଜଳେଶ୍ୱର ଏସ୍‌ଡିପିଓ ଅଙ୍କିତା କୁମ୍ଭାରଙ୍କୁ ପଚାରିବାରୁ ସେ କହିଲେ ଗତକାଲି ରାଇବଣିଆରେ ଗଣ୍ଡଗୋଳ ଘଟିବା ଓ ଘଟଣା ସ୍ଥଳକୁ ପୋଲିସ୍ ଯିବା ସତ୍ୟ ଅଟେ । ଏ ସଂପର୍କରେ ତଦନ୍ତ ଜାରି ରହିଛି ବୋଲି କହିଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା