ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲାର ଜଳେଶ୍ୱର ବ୍ଲକ ଅନ୍ତର୍ଗତ ରାଇବଣିଆ ଥାନାର ମହୁଲକୁଲି ଗ୍ରାମର ହରେନ୍ଦ୍ର ଜେନାଙ୍କ ଜ୍ୟେଷ୍ଠପୁତ୍ର ସ୍ୱାଧିନ ଜେନା(୧୯) ଶ୍ରୀରାମପୁର ପଞ୍ଚାୟତ ଅଧିନ ଶ୍ରୀରାମପୁର ଗ୍ରାମର ଲକ୍ଷ୍ମୀଧର ସେଠୀଙ୍କ କନ୍ୟା ମାଳତୀ ସେଠୀ(୧୮) (ଛଦ୍ମନାମ)ଙ୍କୁ ବହୁ ଦିନରୁ ଭଲ ପାଇ ଆସୁଥିଲେ । ସ୍ୱାଧିନ ବାରିପଦାରେ ଫାର୍ମାସିଷ୍ଟ ପଢୁଥିବା ବେଳେ ଝିଅ ବାଲେଶ୍ୱରରେ ବି-ଟେକ୍ ପଢୁଥିଲେ । ଗତ ଜୁଲାଇ ୧୧ ତାରିଖରେ ଉଭୟେ ଘରେ କିଛି ନ ଜଣାଇ ଜଳେଶ୍ୱର ନୋଟାରୀରେ ପରସ୍ପରକୁ ବିବାହ କରିଥିଲେ । ଗତ ୧ ତାରିଖ ରାତିରେ ସ୍ୱାଧିନ ଝିଅକୁ ନେଇ କୁଆଡେ ପଳାଇବା ପରେ ତା ସହିତ ଶାରିରୀକ ସଂପର୍କ ରଖିଥିଲେ । ବାପା ମା ଖୋଜା ଖୋଜି କରିଥିଲେ ମଧ୍ୟ ପାଇନଥିଲେ । ସେମାନେ ମୟୂରଭଂଜ ଜିଲାର ମୋରଡା ଅଂଚଳରେ ରହିବା ସମୟରେ ସ୍ୱାଧିନର ପରିବାର ପକ୍ଷରୁ ଫୋନ୍ ଯୋଗେ ଉଭୟଙ୍କୁ ଘରକୁ ଡାକି ଥିଲେ । ସ୍ୱାଧିନକୁ କେଉଁଠି ଲୁଚାଇ ରଖିବା ପରେ ଝିଅକୁ ପିଟାମରା କରି ଗତକାଲି ସୋମବାର ସଂଧ୍ୟାରେ ଶ୍ରୀରାମପୁର ଗାଁ ମୁଣ୍ଡରେ ପୁଅର ମା ଓ ବଡବାପା ଛାଡି ପଳାଇବା ସମୟରେ ଝିଅ ଚିତ୍କାର କରିଥିଲା । ଫଳରେ ଗ୍ରାମବାସୀ ସେମାନଙ୍କୁ ଅଟକ ରଖି ସମାଧାନ ଲାଗି ଚେଷ୍ଟା କରିଥିଲେ ଓ ରାଇବଣିଆ ଥାନାକୁ ଜଣାଇଥିଲେ । ରାଇବଣିଆ ଥାନା ଅଧିକାରୀ ମାକୁ ଉଦ୍ଧାର କରିଥିବା ବେଳେ ବଡବାପା ଗ୍ରାମବାସୀଙ୍କ ଦ୍ୱାରା ଅଟକ ରହିଥିଲେ । ସ୍ଥାନୀୟ ସରପଂଚ ଓ ଗାଁ ମୁଖିଆ ଦ୍ୱାରା ଉଭୟ ପକ୍ଷ ସହିତ ଆଲୋଚନା ଜାରି ରଖିଥିଲେ ମଧ୍ୟ ଅଦ୍ୟବଧି କୌଣସି ସମାଧାନ ହୋଇନାହିଁ । ଝିଅର ବାପା ରାଇବଣିଆ ଥାନାରେ ଅଭିଯୋଗ କରିଥିଲେ ହେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିବା ଝିଅର ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ଝିଅର ବାପା, ମା ରାଇଥବଣିଆ ଥାନାରେ ଦ୍ୱାରସ୍ଥ ହୋଇ ତାଙ୍କ ଝିଅର ଭବିଷ୍ୟତ ପାଇଁ ଆକୁଳ ନିବେଦନ କରିଛନ୍ତି ।
ରିପୋର୍ଟ : ଭୂପତି କୁମାର ପରିଡା