ବିଭିନ୍ନ ଦାବି ନେଇ ଭାରତୀୟ କ୍ଷେତ ମଜୁଦୁର ସଂଘର ବିକ୍ଷୋଭ…

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ବିଭିନ୍ନ ଦାବି ନେଇ ଭାରତୀୟ କ୍ଷେତ ମଜୁଦୁର ସଂଘ (ବିକେଏମୟ) ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରାଯାଇଛି । ଗାଈଗୋରୁ ଓ ବୁଲା କୁକୁର ରାସ୍ତାକୁ ନିଜର ଆଡ ସ୍ଥଳି ବଢାଇଛନ୍ତି । ଫଳରେ ଟ୍ରଫିକ ସମସ୍ୟା ସୃଷ୍ଟି ହେଉଛି । ଏପରିକି ରାସ୍ତାରେ ଯାଆଆସ ହେଉଥିବା ଲୋକେ ମଧ୍ୟ ସେମାନଙ୍କ ଆକ୍ରମଣର ଶିକାର ହେଉଛନ୍ତି । ତେଣୁ ସେମାନଙ୍କୁ ତୁରନ୍ତ ହଟାଇ ଗାଈଗୋରୁ ମାଲିକଙ୍କ ଠାରୁ ଜରିମାନା ଆଦାୟ କରାଯାଉ । ସେଭଳି ଜିଲ୍ଲାରେ ଅନେକ ଜମି ଓ ଗୃହ ହୀନ ଲୋକେ ରହୁଥିବା ବେଳେ ସେମାନଙ୍କୁ ଜମି ଓ ଘର ଯୋଗାଇ ଦିଆଯାଉ, ତିତିଲିରେ ପ୍ରକୃତ କ୍ଷେତି ଗ୍ରସ୍ତଙ୍କୁ ସାହାୟତା ପ୍ରଦାନ କରିବା, ଗରିବ ଲୋକଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ବ୍ୟାଙ୍କ୍ ଋଣ ପ୍ରଦାନ କରିବା ଆଦି ଦାବି ନେଇ ଏହି ବିକ୍ଷୋଭ କରାଯାଇଛି । ଏହାସହ ଜିଲ୍ଲାପାଳଙ୍କ ଉଦ୍ଧେଶ୍ୟରେ ଏକ ଦାବିପତ୍ର ଅତିରିକ୍ତ ଜିଲ୍ଲାପାଳ ସ୍ୱାଧାଦେବୀ ସିଂଙ୍କୁ ପ୍ରଦାନ କରାଯାଇଥିଲା । ବିକେଏମୟ ଜିଲ୍ଲା ସମ୍ପାଦକ ଜେନା ସୁବାସ ରାଓଙ୍କ ନେତୃତ୍ୱରେ ଏହି ବିକ୍ଷୋଭ କରାଯାଇଥିଲା । ଏହି ବିକ୍ଷୋଭରେ ଶତାଧିକ କର୍ମୀମାନେ ସାମିଲ ହୋଇଥିଲେ ।

ରିପୋର୍ଟ : କୃଷ୍ଣ କୁମାର ବେହେରା