ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଭାରତୀୟ ଜନତା ପାର୍ଟି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ସମଗ୍ର ରାଜ୍ୟରେ କରୋନା ଭୁତାଣୁ ତାର କାୟା ବିସ୍ତାର କରି ଚାଲିଥିବାବେଳେ ଗଞ୍ଜାମ ଜିଲ୍ଲାରେ ରାଜ୍ୟର ସର୍ବାଧିକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । କୌଣସି ଭିତ୍ତିଭୂମୀ ନ ଥାଇ ଲକ୍ଷାଧିକ ପ୍ରବାସୀଙ୍କୁ ଜିଲ୍ଲାକୁ ଅଣାଯିବା ବେଳେ କୌଣସି ସ୍ୱେଚ୍ଛାସେବୀ, ସାମାଜିକ କର୍ମୀ, ସାମ୍ବାଦିକ, ବୁଦ୍ଧିିଜୀବି ମାନଙ୍କ ପରାମର୍ଶ ନିଆଯାଇ ନ ଥିବା ବ୍ରହ୍ମପୁର ବିଜେପି ପକ୍ଷରୁ କୁହାଯାଇଛି । କ୍ୱାରେଣ୍ଟାଇନରେ ଅମାନିଆ ସାଙ୍ଗକୁ ପ୍ରଶାସନିକ ଅଧିକାରୀମାନଙ୍କ ମଧ୍ୟରେ ତାଳମେଳ ଅଭାବ ଯୋଗୁଁ ଗଞ୍ଜାମ ଜିଲ୍ଲା ହଟସ୍ପଟରେ ପରିଣତ ହୋଇଛି । ଏହାସହ ବିଜେପି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ କରୋନା ଯୋଧ୍ୟାଙ୍କୁ ନିରପତ୍ତା ଓ ସୁରକ୍ଷା ଯୋଗାଇ ଦେବା, ଯୁଦ୍ଧକାଳୀନ ଭିତ୍ତିରେ ଭଞ୍ଜନଗର, ଛତ୍ରପୁର, ବ୍ରହ୍ମପୁରରେ କୋଭିଡ ହସ୍ପିଟାଲ ନିର୍ମାଣ କରାଯିବା, ଜନସାଧାରଣଙ୍କୁ କରୋନା ଆକ୍ରାନ୍ତଙ୍କ ତଥ୍ୟ ସମ୍ପର୍କରେ ଅବଗତ କରାଇବା ଆଦି ଦାବୀ କରାଯାଇଛି । ଏହି ଅବସରରେ ଗଞ୍ଜାମ ଜିଲ୍ଲା ବିଜେପି ସଭାପତି ବିଭୂତି ଭୁଷଣ ଜେନା, ପୂର୍ବତନ ଜିଲ୍ଲା ସଭାପତି କାହ୍ନୁ ଚ଼ରଣ ପତି, ଜିଲ୍ଲା ଉପ-ସଭାପତି ସୁନିଲ କୁମାର ସାହୁ, ରାଜ୍ୟ ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ଏନ୍.ରାଜେନ୍ଦ୍ର କୁମାର, ଓବିସି ମୋର୍ଚ୍ଚା ଜିଲ୍ଲା ସଭାପତି ମଦନ ମୋହନ ପାତ୍ର, ଜିଲ୍ଲା ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ସୁଭାଶୀଷ ସାହୁ, କିରଣ କୁମାର ସାହୁ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା