ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ପୌରାଞ୍ଜଳର ନାଗରିକ ମଞ୍ଚ ଓ ଯୁବ ମଞ୍ଚ ପକ୍ଷରୁ ବିଭିନ୍ନ ଦାବି ପୂରଣ ପାଇଁ ଆଜି ପୂର୍ବାହ୍ନରେ ପୌରପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ଏକ ଗଣଧାରଣା ଅନୁଷ୍ଠିତ ହୋଇଯାଇଛି । ଦୀର୍ଘଦିନ ଧରି କାର୍ଯ୍ୟରତ କର୍ମଚାରୀମାନଙ୍କୁ ବଦଳି କରାଯିବା, ରାସ୍ତା, ପାଣି, ଆଲୁଅ ଓ ଡ୍ରେନେଜ୍ ବ୍ୟବସ୍ଥା କରିବା, ସୁଇପର ଟେଣ୍ଡର ହାଇରାଲ ବିଶୟରେ ତଥା ସାମୁହିକ କାର୍ଯ୍ୟ ଉପରେ ପିସି ନେବାକୁ ବନ୍ଦ କରିବା ପ୍ରଭୃତି ଦାବି ପୁରଣ ପାଇଁ ସେମାନେ ଏହି ଧାରଣାରେ ବସିଥିଲେ । ପରେ ନୂତନଭାବେ ଦାୟିତ୍ୱ ଗ୍ରହଣ କରିଥିବା ନିର୍ବାହୀଅଧିକାରୀ ଅଜୟ କୁମାର ମହାପାତ୍ର ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା କରି ଉପଜିଲାପାଳ ଆସନ୍ତା ୨୧ ତାରିଖ ଦିନ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଜଳେଶ୍ୱର ଆସିବେ ବୋଲି ପ୍ରତିଶୃତି ଦେବାପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା ।
ରିପୋର୍ଟ : ଭୂପତି କୁମାର ପରିଡା