



ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆଜି ଛଣମେରୀ ପଞ୍ଚାୟତର ବିଧାୟକ ରମେଶ ଚନ୍ଦ୍ର ଜେନାଙ୍କ ଦ୍ୱାରା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଶିଳାନ୍ୟାସ ଓ ଉଦଘାଟନ ହୋଇଯାଇଛି । ପୂର୍ବ ପ୍ରସ୍ତୁତି ସହ ପଂଚାୟତ ପାନୀୟ ଜଳ ସମସ୍ୟା ଦୂରୀକରଣ ନିମିତ୍ତ ସରକାରୀ ଅନୁଦାନ ଦ୍ୱାରା ହେବାକୁ ଥିବା ପାଇପ ଜଳ ଯୋଗାଣ ପ୍ରକଳ୍ପ ବିଧାୟକଙ୍କ ଦ୍ୱାରା ଶିଳାନ୍ୟାସ କରିଥିବା ବେଳେ ଦ୍ଵିତୀୟଖଣ୍ଡ ଦେଉଳି ଗ୍ରାମରେ ସଂପନ୍ନ ହୋଇଥିବା ଶ୍ମଶାନ ଗୃହ ଏବଂ କଲ୍ୟାଣ ମଣ୍ଡପର ଉଦଘାଟନ କରିଛନ୍ତି । ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ପଞ୍ଚାୟତ ଜନସାଧାରଣ ଓ ଜନ ପ୍ରତିନିଧିଙ୍କ ସମେତ ବହୁ ବରିଷ୍ଠ ବୁଦ୍ଧିଜୀବୀ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା









