

ଜଳେଶ୍ଵର (ସମୃଦ୍ଧ ଓଡିଶା) ଜଳେଶ୍ଵର ବ୍ଳକ ଆର.ଆର.ପୁର ଗ୍ରାମ ପଞ୍ଚାୟତ ସ୍ଥିତ ପଞ୍ଚଲିଙ୍ଗେଶ୍ବର ମହିଳା ମହାସଂଘ ଅନ୍ତର୍ଭୁକ୍ତ ମହାଲକ୍ଷ୍ମୀ ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀ, ଏକତାଳିରେ ଥିବା ପଲ୍ଲୀହାଉସ ପରିଦର୍ଶନ ଓ ତାଲିମ ନେବାକୁ ୩ ବ୍ଳକର କେତେକ ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀର ସଦସ୍ୟାମାନେ ଆସିଥିଲେ । ସେଗୁଡ଼ିକ ଭୋଗରାଇ ବ୍ଲକର ଗୋପିନାଥପୁର ଗ୍ରାମ ପଞ୍ଚାୟତର ମିରା ଶରଣମ୍ ସ୍ଵୟଂ ସହାୟିକା ଗୋଷ୍ଠୀର ୧୫ ଜଣ ସଭ୍ୟା, ଏଲ୍ଏସପି ପ୍ରଶାନ୍ତ ଭୂୟାଁ, ବାଲେଶ୍ୱର ସଦର ବ୍ଲକର ବିଏଲସି ସ୍ଵର୍ଣ୍ଣପ୍ରଭା ଦାସ ହଳଦିପଦା ଗ୍ରାମ ପଞ୍ଚାୟତର ମା ଚଣ୍ଡିଶକ୍ତି ସ୍ଵୟଂ ସହାୟିକା ଗୋଷ୍ଠୀର ୧୫ ଜଣ ସଭ୍ୟ ଏବଂ ରେମୁଣା ବ୍ଲକର ବିଏଲସି ବିମଳା ସାମଲ ଗଣ୍ଡରଦା ଗ୍ରାମ ପଞ୍ଚାୟତର ବାବା ସିଦ୍ଧେଶ୍ୱର ସ୍ଵୟଂ ସହାୟିକା ଗୋଷ୍ଠୀର ୧୫ଜଣ ସଭ୍ୟା ଆସିଥିଲେ । ଏକ ସାଙ୍ଗରେ ୩ଟି ବ୍ଲକରୁ ପଲ୍ଲୀ ହାଉସ ଦେଖିବାକୁ ଆସିବା ସହିତ ତାଲିମ ମଧ୍ୟ ନେଇଥିଲେ । ଏଥିରେ ରାୟାଁରାମଚନ୍ଦ୍ରପୁର ଗ୍ରାମ ପଞ୍ଚାୟତ ମହାସଂଘର ନଥିପତ୍ର ହିସାବ ରକ୍ଷକ ସୁଜାତା ବାଣ, କୃଷୀମିତ୍ର ଉମେଶ ଚନ୍ଦ୍ର ପାଳ, ଚିତ୍ତରଞ୍ଜନ ରାଉଳ, ବସନ୍ତ ଦଳାଇ, ପ୍ରାଣୀମିତ୍ର ଶଙ୍କର ଚରଣ ସାହୁ, ସିତାରାମ ଦାସ ଓ ମହାଲକ୍ଷ୍ମୀ ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀ, ଏକତାଳିର ସଭ୍ୟାମାନେ ମିଶି ସହଯୋଗ କରିଥିଲେ ।
ରିପୋର୍ଟ : ଭୂପତି ପରିଡା