ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲା ସୀମାନ୍ତ ଜଳେଶ୍ୱରରେ ଆଜି ଶୁକ୍ରବାର ଭାରତବନ୍ଦ ଡାକରା ପ୍ରତିଫଳିତ ହୋଇଛି । କୃଷକ ବିରୋଧି ଆଇନ୍ ପ୍ରତ୍ୟାହାର, ଡିଜେଲ, ପେଟ୍ରୋଲ ଓ ରନ୍ଧନ ଗ୍ୟାସର ଅହେତୁକ ମୂଲ୍ୟବୃଦ୍ଧି ପ୍ରତିବାଦରେ ୮ଟି ରାଜନୈତିକ ପକ୍ଷରୁ ଭାରତ ଡାକରା ଦିଆଯାଇଥିବାରୁ ଜୀବନଯାତ୍ରା ବ୍ୟାହତ ହୋଇଛି । କେନ୍ଦ୍ରୀୟ କମିଟିର ସିଦ୍ଧାନ୍ତ ଅନୁଯାୟୀ ଆଜି ସକାଳ ୬ଟାରୁ ସଂଧ୍ୟା ୬ଟା ଯାଏ ଏହି ବନ୍ଦ ଡାକରା ଯୋଗୁଁ ସ୍କୁଲ, କଲେଜ ଓ ଅଫିସ୍ ସହ ସହରର ବହୁ ଦୋକାନ ବଜାର ବନ୍ଦ ରହିଥିଲା । ଏପରିକି ୪ଚକିଆ ଯାନ ଚଳାଚଳ ବନ୍ଦ ଥିବାର ଦେଖିବାକୁ ମିଳିଥିଲା । ଜଳେଶ୍ୱର ବଡବଜାର ଠାରେ ସିପିଏମ୍ ନେତା ଦିଲ୍ଲୀପ ଗିରି, ଜିତାଂଶୁ ନନ୍ଦୀ, ଦିଲ୍ଲିପ ପରିଡା, ପଲ୍ଟୁ ଦାସ, ଜୀବନ ପରିଡା, ସିତାଂଶୁ ସେନାପତିଙ୍କ ନେତୃତ୍ୱରେ ସିପିଏମ୍ ବହୁ କର୍ମୀ ନାରାବାଜି ସହ ବନ୍ଦ କାର୍ଯ୍ୟରେ ସାମିଲ ଥିଲେ । ସେହିପରି ୬୦ ନଂ ଜାତୀୟ ରାଜପଥରେ କମଳ ଚକ୍ରବର୍ତ୍ତୀ, ମନୋରଂଜନ ଦାସ, କଂଗ୍ରେସ ନେତା ସୁଦାମ ପାତ୍ର, ରବିନ୍ଦ୍ର ବାରିକଙ୍କ ନେତୃତ୍ୱରେ ଗାଡ ଅଟକ ରଖାଯାଇଥିଲା । କଂଗ୍ରେସର ବରିଷ୍ଠ ନେତା ଆଇନ୍ଜିବୀ ସତ୍ୟସୁନ୍ଦର ଦାସ, ବ୍ଲକ ସଭାପତି ରାଜୀବ ପରିଡା, ମୁନା ଜେନା, ସପନ ରାଉତ, ମାନା ରାୟ, ରାଜେଶ ପାତ୍ର, ପ୍ରଦେଶ ଯୁବ କଂଗ୍ରେସ ସଭାପତି ସବ୍ୟସାଚୀ ଦାସ, ନୟନ ପାଠୀ, ହେମନ୍ତ ଗିରି, ସୁଶାନ୍ତ ସେଠୀ, ଟାଉନ୍ ସଭାପତି ଗିରିଜା ଶଂକର ଦାସଙ୍କ ସହିତଙ୍କ ନେତୃତ୍ୱରେ ବହୁକର୍ମୀ ଏଥିରେ ସାମିଲ ଥିଲେ । ଫଳରେ ପଶ୍ଚିମବଂଗପଟୁ ଶହ ଶହ ଗାଡି ଜାତୀୟ ରାଜପଥର ଉଭୟ ପାଶ୍ୱର୍ରେ ଅଟକି ରହିଥିବା ଦେଖିବାକୁ ମିଳିଛି ।