ଦିଗପହଣ୍ଡି (ସମୃଦ୍ଧ ଓଡିଶା) ଦିଗପହଣ୍ଡି ଏନଏସି ପକ୍ଷରୁ ବୁଧବାର ଅପରାହ୍ନରେ ବିଭିନ୍ନ ସାହି ଗଳିରେ ବର୍ଜ୍ୟବସ୍ତୁ ପରିଚାଳନା ସମ୍ପର୍କିତ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏନଏସି କର୍ମଚାରୀମାନେ ପ୍ରତ୍ୟେକ ୱାର୍ଡର ସାହି ଗୁଡିକରେ ଶୁଖିଲା ଏବଂ ଓଦା ବର୍ଜ୍ୟ ବସ୍ତୁକୁ ପୃଥକ ପୃଥକ ସଂରକ୍ଷିତ ରଖିବାକୁ କୁହାଯାଇଥିଲା । ଏନଏସି ପକ୍ଷରୁ ଦିଆଯାଇଥିବା ସବୁଜ ଏବଂ ନୀଳ ଡଷ୍ଟବିନକୁ ବ୍ୟବହାର କରିବା ସହ ସେଥିରେ ବର୍ଜ୍ୟ ବସ୍ତୁକୁ ଅଲଗା ଅଲଗା ରଖିବା ପାଇଁ ବୁଲି ବୁଲି ସଚେତନତା ସୃଷ୍ଟି କରାଯାଇଥିଲା । ବର୍ଜ୍ୟ ବସ୍ତୁକି ଡଷ୍ଟବିନ୍ ରେ ରଖିବା ପରେ ସେ ଗୁଡିକୁ ଏନଏସିର ଅଳିଆ ବୋଝେଇ ଗାଡି ଆସିଲେ ସେଥିରେ ପକାଇବାକୁ କୁହାଯାଇଥିଲା । ତେବେ ଏଣେତେଣେ ବର୍ଜ୍ୟ ବସ୍ତୁ ପକାଇଲେ ଏନଏସି ପକ୍ଷରୁ ଜରିମାନା ଆଦାୟ ନେଇ ବାଧ୍ୟତାମୂଳକ କରାଯାଇଥିବା କୁହାଯାଇଥିଲା । ସାହି ଗୁଡିକର ଯାହା ଘର ସମ୍ମୁଖରେ ଅଳିଆ ଏଣେତଣେ ପଡିଥିବ ଉକ୍ତ ଘର ମାଲିକଙ୍କ ଠାରୁ ଜରିମାନା ଆଦାୟ କରାଯିବ ବୋଲି କୁହାଯାଇଥିଲା । ଏନଏସି ନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ ଚନ୍ଦ୍ର ଡାକୁଆଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ସଚେତନତା କାର୍ଯ୍ୟକ୍ରମରେ ସନ୍ତୋଷ ପାଢୀ, ପ୍ରଭାକର ମେକାପ, ହରିକୃଷ୍ଣ ସାହୁ, ରଞ୍ଜିତ୍ ପଟ୍ଟନାୟକ, ବି.ସାହେବ ରେଡ୍ଡି, ସତ୍ୟନାରାୟଣ ଦାଶ, ସନ୍ତୋଷ ମହାନ୍ତି, ସିଏଚ୍.ଲୋକେଶ୍ୱରୀ, ମମତା ପଣ୍ଡା, ପବିତ୍ରା ପ୍ରଧାନ ପ୍ରମୁଖ ଏନଏସି କର୍ମଚାରୀ ପର୍ଯ୍ୟାୟ କ୍ରମେ ବିଭିନ୍ନ ସାହି ବସ୍ତିରେ ସଚେତନତା ବାର୍ତ୍ତା ପହଞ୍ଚାଇ ସୃଷ୍ଟି କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଜୁ ଯୁବ ବାହିନୀ ସଭାପତି ସମୀରକାନ୍ତ ତ୍ରିପାଠୀ, ନୀଳାଞ୍ଚଳ ରଥ, ସମ୍ପାଦକ ଦୂର୍ଗାମାଧବ ସାହୁ, ମନ୍ମଥ ପାଣିଗ୍ରାହୀ, ୟୁଏଲ୍ବି କୋଡିନେଟର୍ ସନ୍ତୋଷ କୁମାର ବାଡତ୍ୟା, ସୁଶାନ୍ତ କୁମାର ପାତ୍ର ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା