
ଜଳେଶ୍ୱର (ସମୃଦ୍ଧ ଓଡିଶା) ଶିକ୍ଷକତାରୁ ଅବସର ଗ୍ରହଣ ପରେ ଅବୌତନିକଭାବେ ୧୮ବର୍ଷ ଧରି ସେ ଉଚ୍ଚ ବିଦ୍ୟାଳୟରେ ଶିକ୍ଷାଦାନ ଦେଇଆସୁଥିବା ସମାଜସେବୀ, ଅନୁଷ୍ଠାନ ପ୍ରେମୀ, ଛାତ୍ରବତ୍ସଳ ରବିନ୍ଦ୍ରନାଥ ପ୍ରଧାନଙ୍କର ଗତ ରାତିରେ ୭୯ବର୍ଷ ବୟସରେ ଦେହାନ୍ତ ହୋଇ ଯାଇଛି । ୧୯୬୪ ମସୀହାରୁ ୨୦୦୨ ମସୀହ ପର୍ଯ୍ୟନ୍ତ ୩୮ବର୍ଷ ଧରି ସେ ମାଧବଚନ୍ଦ୍ର ହାଇସ୍କୁଲ ଛମୌଜର ଶିକ୍ଷକଭାବେ କାର୍ଯ୍ୟ କରିଥିଲେ । ସେ ଏକାଧାରରେ ଶିକ୍ଷକ, ଲେଖକ, କଳା ଓ ସଂସ୍କୃତିର ପୂଜାରୀ, ଗ୍ରାମ୍ୟ ବିଚାରକ, ନାଟ୍ୟନିର୍ଦ୍ଦେଶକ, ଗ୍ରାମ୍ୟମୁଖ୍ୟ, ସାର୍ବଜନୀନ ଦୁର୍ଗାପୂଜା କମିଟି ସଭାପତି, ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ଉପସଭାପତି, ଓଷ୍ଟା ଜଳେଶ୍ୱର ଶାଖାର ତତ୍କାଳୀନ ଉପସଭାପତି, ଗ୍ରାମାଞ୍ଚଳ ବରିଷ୍ଠା ନାଗରିକ ପରିଷଦର ଉପଦେଷ୍ଟା ଭାବେ କାର୍ଯ୍ୟ କରିଛନ୍ତି । ସେ ବିରଳ ଇତିହାସର ଅଧିକାରୀ ଥିବା ବେଳେ ତ୍ୟାଗପୁତ ଜୀବନ, ଶିକ୍ଷା ଆକାଶରେ ଉଜ୍ଜଳ ନକ୍ଷତ୍ର ଭାବେ ସେ ଏ ଅଂଚଳରେ ପରିଚିତ । ବିଭିନ୍ନ ଅନୁଷ୍ଠାନରୁ ସେ ପୁରସ୍କୃତ ହୋଇଥିବା ବେଳେ ମୃତ୍ୟୁଶର୍ଯ୍ୟା ନିକଟରେ ୩ ପୁଅ , ୩ ବୋହୁ, ଝିଅ, ଜ୍ୱାଇଁ, ନାତି, ନାତୁଣୀ ଉପସ୍ଥିତ ଥିଲେ । ତାଙ୍କର ଶେଷ ଦର୍ଶନ ପାଇଁ ବିଧାୟକ ଅଶ୍ୱିନୀ କୁମାର ପାତ୍ର, ଜିଲାପରିଦେ ସଦସ୍ୟ ଗୌରହରୀ ଜେନା, ସରପଂଚ ରବିନ୍ଦ୍ର ନାଥ ଜେନା, ସଦସ୍ୟ ନିର୍ମଳ ରାଜ, ଶରତ ଚନ୍ଦ୍ର ପ୍ରଧାନ, ଖଗେନ୍ଦ୍ର ପ୍ରମାଣିକ, ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ଗୌରାଙ୍ଗ ବାନାର୍ଜୀ, ଭୁପେନ୍ଦ୍ର ନାଥ ପତି, ଜ୍ୟେତିନ୍ଦ୍ର ନାଥ ପରିଡା, ଅଭିଳାଷ ଦାସ, ଜନାର୍ଦ୍ଦନ ଦାସ, ହରିବାସ ଦାସ, ବିନୋଦ ବିହାରୀ ମହାପାତ୍ର, ପଦ୍ମଲାଭ ପରିଡା, ମନୋରଂଜନ ଦାସ, ଡ. ଅଜିତ୍ କୁମାର ମହାନ୍ତି, ବିପିନ୍ ବିକହାରୀ ବିଶ୍ୱାଳ, ସୁଧାଂଶୁ ପ୍ରଧାନ, ଓଷ୍ଟାର ପୂର୍ବତନ ଯୁଗ୍ମ ସଂପାଦ୍କ ଅକ୍ଷୟ କୁମାର ମିଶ୍ର, ଶଶାଙ୍କ ଶେଖର ମହାନ୍ତି, ବିଜୟ କୁମାର ଜେନା ପ୍ରମୁଖ ଉପସ୍ଥିତ ହୋଇଥିଲେ ।