ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଦଳିତ, ନିଷ୍ପେସିତ ଜନତାଙ୍କ ରକ୍ଷକ ତଥା ଓଡ଼ିଶା ମେଡିକାଲ କର୍ମଚାରୀ ସଂଘପ୍ରତିଷ୍ଠାତା, ମେହନ୍ତର ସଂଘ, କେନ୍ଦୁପତ୍ର ସଂଘ ଭଳି ରାଜ୍ୟର ଅଗଣିତ ଅଣସଂଗଠିତ ଶ୍ରମିକମାନଙ୍କୁ ଏକାଠିକରିବାରେ ସ୍ୱର୍ଗତ ବିଶ୍ୱନାଥ ପଣ୍ଡିତଙ୍କ ଉଦ୍ୟମ ଆଜି ଇତିହାସରେ ଲିପିବଦ୍ଧ ହୋଇ ରହିଛି ବୋଲି ସଂଘକାର୍ଯ୍ୟାଳୟ ବିଶ୍ୱନାଥ ପଣ୍ଡିତ ଭବନ ଠାରେ ଆୟୋଜିତ ୧୦୧ତମ ଜୟନ୍ତୀ ପାଳନ ଅବସରରେ ବିଭିନ୍ନ ବକ୍ତାମତ ପ୍ରକାଶ କରିଛନ୍ତି । ହିନ୍ଦ ମଜଦୁର ସଂଘର ନେତା ତଥା ବରିଷ୍ଠ ସାମ୍ବାଦିକ ରବି ରଥଙ୍କ ଅଧ୍ୟକ୍ଷତାରେଅନୁଷ୍ଠିତ ଏହି ସଭାରେ ବକ୍ତାମାନେ ପଣ୍ଡିତଙ୍କ ତ୍ୟାଗପୂତ ଜୀବନ, ଆଦର୍ଶରେ ଅନୁପ୍ରାଣିତ ହୋଇ କାର୍ଯ୍ୟକରିବା ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହି ଅବସରରେ ଓଡ଼ିଶା ମେଡିକାଲ କର୍ମଚାରୀ ସଂଘ ବ୍ରହ୍ମପୁର ଶାଖାର ନବ ନିର୍ବାଚିତ କର୍ମକର୍ତ୍ତାଙ୍କଶପଥଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଥିଲା । ରାଜ୍ୟ ସଂଗଠନର ଉପସଭାପତି ସୁକାନ୍ତ ମୁଖି ନୂତନ କର୍ମକର୍ତ୍ତାଙ୍କଶପତ ପାଠ କରାଇଥିଲେ । ଆଇନ ପରାମର୍ଶଦାତା ପ୍ରଦୀପ କୁମାର ବେହେରା, ଅନ୍ୟତମ ଉପଦେଷ୍ଟା ସଞ୍ଜିତପାଣିଗ୍ରାହୀ, ପୂର୍ବତନ ସମ୍ପାଦକ ଲାଲୁ ମୋହନ ବେହେରା ଉପସ୍ଥିତ ଥିଲେ ।ନୂତନ କର୍ମକର୍ତ୍ତା ସାଧାରଣ ସମ୍ପାଦକ ଭାବେ ରାଜୁ ଚିନ୍ନା, ଯୁଗ୍ମ ସମ୍ପାଦକ ଭାବେ ରବି ନାରାୟଣ ବେହେରା,ପ୍ରକାଶ ଚନ୍ଦ୍ର ବେହେରା, ସଂଗଠନ ସମ୍ପାଦକ ଭାବେ ସନାତନ ନାୟକ, ଏନ. ନିରଞ୍ଜନ ଦାସ ଓ ରାଜଲକ୍ଷ୍ମୀସାହୁ, କାର୍ଯ୍ୟାଳୟ ସମ୍ପାଦକ ଭାବେ ବି. ଚନ୍ଦ୍ରୁ ପାତ୍ର, କୋଷାଧ୍ୟକ୍ଷ ଭାବେ ସନିଆ ନାୟକ ଓ କାର୍ଯ୍ୟକାରୀ କମିଟିସଦସ୍ୟ ଭାବେ ତାରିଣୀ କହ୍ନେଇ, ବିଭୁତି ଭୂଷଣ ମିଶ୍ର, ଏମ. ଉଷାରାଣୀ, ଗୌରୀ ଘଡ଼େଇ, ହରିହର ଚିନ୍ନା,ଉମା ଚୌଧୁରୀ, ନିଳାଦ୍ରୀ ପାତ୍ର, ଆନନ୍ଦ ମିଶ୍ର, ଗୌରହରି ମହାପାତ୍ର, ରାମ ଗୌଡ଼, ସନାତନ ନାୟକ, ସିଏଚ୍ସୁନୀଲ ପାତ୍ର, ନନ୍ଦିନୀ ସାମନ୍ତରା, ରମେଶ ରାଓ, ମୁରଲୀ ରାଜୁ, ବିଷ୍ଣୁ, ଘନଶ୍ୟାମ ସାହୁ, ପୂର୍ଣ୍ଣ ରେଡ଼ୀ, ଲକ୍ଷ୍ମୀପାତ୍ର, ମନୋଜ ନାୟକ, ଜ୍ୟୋତ୍ସ୍ନା ତ୍ରିପାଠୀ ଓ ମଞ୍ଜୁ ନାୟକ ପ୍ରମୁଖ ଏହି ଅବସରରେ ଶପଥ ପାଠ କରିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା
Sramik Amar ek number punjji,semananka pocket Khali hoigale Bazar nischaya durbal hoijiba,next Desh bi durbala hoijiba,sarakar chakiri debar asha nahi,sarakar lootera nk sikar hoichanti ,dhani niti chadi garib unnatti niti kale lootera nischaya loop hebo,sangham saranam gachami,,?