ଢେଙ୍କାନାଳ (ସମୃଦ୍ଧ ଓଡିଶା) ସ୍ଥାନୀୟ ସଫେଇ କର୍ମଚାରୀ ସଂଘ କାର୍ଯ୍ୟାଳୟରେ ଓଡ଼ିଶାର ବିଶିଷ୍ଟ ସଜାବାଦୀ ଶ୍ରମିକ ନେତା ସ୍ୱର୍ଗତ ବିଶ୍ଵନାଥ ପଣ୍ଡିତଙ୍କ ୧୦୧ତମ ଜୟନ୍ତୀ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ସଭାରେ ହିନ୍ଦ ମଦଜୁର ସଭାର ରାଜ୍ୟ ସଭାପତି ସାଥିକୃଷ୍ଣ ଚନ୍ଦ୍ର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଶ୍ୱନାଥ ପଣ୍ଡିତଙ୍କ ବହୁମୁଖୀ ପ୍ରତିଭାର ଆଲୋକପାତ କରିଥିଲେ । ଏହାସହ ଶ୍ରୀପଣ୍ଡିତ ଜଣେ କାଶ୍ମୀର ବ୍ରାହ୍ମଣ ହୋଇ ମଧ୍ୟ ମେହେନ୍ତର ମାନଙ୍କର ସଂଗଠନ କରି ସେମାନଙ୍କ ନ୍ୟାର୍ଯ୍ୟ ଦାବୀ ହାସଲ କରିବାରେ ସଫଳ ହୋଇଥିବା ବର୍ଣ୍ଣନା କରିଥିଲେ । ଆହୁରି ସେ କହିଥିଲେ ଯେ ଅଣସଂଗଠନ ଶ୍ରମିକଙ୍କୁ ସଂଗଠିତ କରିବାରେ ସେ ଓଡ଼ିଶାର ପ୍ରଥମ ଶ୍ରମିକନେତା କହିଲେ ଆତ୍ୟୁକ୍ତ ହେବ ନାହିଁ । ସେ କେନ୍ଦୁପତ୍ର ଶ୍ରମିକମାନଙ୍କୁ ସଂଗଠିତ କରି ସେମାନଙ୍କ ନ୍ୟାର୍ଯ୍ୟ ଦାବୀ ହାସଲ କରିଥିଲେ । ଏହି ସଭାରେ ସଭାପତିତ୍ୱ କରି ଶ୍ରମିକ ନେତା ଯୋଗେନ୍ଦ୍ର ତ୍ରିପାଠୀ କହିଥିଲେ ଯେ ସମ୍ବାଦ ପତ୍ର ମାନଙ୍କରେ ପ୍ରକାଶିତ ସମ୍ବାଦରୁ ଜଣାଯାଏ ଯେ ଭାରତ ସରକାରଙ୍କ ଉଦ୍ୟମରେ ସଫେଇ କର୍ମଚାରୀମାନଙ୍କର ନାନାବିଧ ସମସ୍ୟାର ସମାଧାନ ନିମନ୍ତେ ଏକ କମିଶନ ଗଠନ କରାଯାଉଛି । ଏହାର ସୁଯୋଗ ନେଇ ରାଜ୍ୟର ସଫେଇ କର୍ମଚାରୀମାନେ ଏକଜୁଟ ହୋଇ ନିଜର ଦାବୀ କମିଶନଙ୍କ ନିକଟରେ ଉପସ୍ଥାପନା କରିବାକୁ ସେ ପରାମର୍ଶ ଦେଇଥିଲେ । ଏହି ସଭାରେ ମୁନିସପାଲଟିର ନିର୍ବାହୀ ଅଧିକାରୀ ଓ ଜିଲ୍ଲା ଶ୍ରମଅଧିକାରୀ ଶ୍ରମିକନେତା ଲକ୍ଷ୍ମୀଧର ସାହୁ, ଉତ୍କଳମଣି ଶତପଥୀ. ଘନଶ୍ୟାମ ସାହୁ ପ୍ରମୁଖ ଯୋଗଦେଇ ପଣ୍ଡିତଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ମେଡିକାଲ କର୍ମଚାରୀ ସଂଘ, ଢେଙ୍କାନାଳ ମେହେନ୍ତର ସଂଘ, ନିର୍ମାଣ ଶ୍ରମିକ ସଂଘ, ଉତ୍କଳ ଆଜବେସଟସ ୟୁନିୟନର ଶତାଧିକ କର୍ମକର୍ତ୍ତା ଯୋଗ ଦେଇଥିଲେ । ଶେଷରେ ଶ୍ରମିକନେତା ଘନଶ୍ୟାମ ସାହୁ ଧନ୍ୟବାଦ ଦେଇ କାର୍ଯ୍ୟକ୍ରମକୁ ସମାପ୍ତ କରିଥିଲେ ।
ରିପୋର୍ଟ : ଶୁଭମ କୁମାର ପାଣି