
ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗୋସାଇଁନୂଆ ଗ୍ରାମସ୍ଥିତ ରାମେଶ୍ୱର କଲ୍ୟାଣ ମଣ୍ଡପ ଠାରେ ବିଶ୍ଵକର୍ମା ସେବା ସଙ୍ଘର ପ୍ରଥମ ବାର୍ଷିକ ଉତ୍ସବ ଧୂମଧାମରେ ପାଳିତ ହୋଇଯାଇଛି l ଅନୁଷ୍ଠାନର ସଭାପତି ପ୍ରଶାନ୍ତ ମହାରଣାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବରିଷ୍ଠ ସଙ୍ଘଠକ ଓ ଶିଳ୍ପୀ ସୁରେନ୍ଦ୍ର ନାଥ ମହାରଣା ଉଦଘାଟକ ଭାବେ,ମହୁରୀ ତାଳୁକା ବଢ଼େଇ କୁଳ ସଭାପତି ତ୍ରିପତି ମହାରଣା ମୁଖ୍ୟ ଅତିଥି ଭାବେ, ବରିଷ୍ଠ ନାଟ୍ୟକାର ରମେଶ ମହାରଣା ମୁଖ୍ୟ ବକ୍ତା ଭାବେ ଏବଂ ବରିଷ୍ଠ ମଞ୍ଚ ଶିଳ୍ପୀ ସତ୍ୟ ମହାରଣା ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଏହି ସଂଘର ସେବା ମୁଲକ କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଆଗାମୀ ଦିନରେ ସେବା କାର୍ଯ୍ୟକ୍ରମକୁ ବ୍ୟାପକ କରିବାକୁ ପରାମର୍ଶ ଦେଇଥିଲେ l ଏହି ଅବସରରେ ସୁରେନ୍ଦ୍ରନାଥ ମହାରଣlଙ୍କୁ ଧର୍ମପଦ ଉପାଧିରେ ଭୂଷିତ କରାଯାଇଥିଲା l ସେହିପରି ବରିଷ୍ଠ କାରିଗର ତ୍ରିନାଥ ମହାରଣାଙ୍କୁ ଏବଂ ମେଧାବୀ ଛାତ୍ର ଅର୍ଣ୍ଣବ ମହାରଣାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ଏହିସଭାରେ ଉପସ୍ଥିତ ସବୁ କର୍ମକର୍ତ୍ତା ପୂର୍ଣ୍ଣ ସହଯୋଗ କରିଥିଲେ l ଧନ୍ୟବାଦ ଅର୍ପଣ କରିଥିଲେ ଶଙ୍କର ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ l ସଭା ଆରମ୍ଭରୁ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା l ଏହି ସଭାରେ ପ୍ରାୟ୧୫୦ ଅଧିକ ସଭ୍ୟ ଯୋଗ ଦେଇଥିଲେ l
ରିପୋର୍ଟ : ଜିଲ୍ଲାପ୍ରତିନିଧି ନିମାଇଁ ଚରଣ ପଣ୍ଡାଙ୍କ ସହ ରଜତ୍ ପଟ୍ଟନାୟକ

