ବିଶ୍ୱକର୍ମା ମହାରଣା କୂଳ ସେବା ସଂଘର ସମ୍ମିଳନୀ:ସଙ୍ଗଠନ ସୁଦୃଢ଼ କରି କୌଳିକ-ବୃତ୍ତି ରକ୍ଷା କର….

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ପାରଳାଖେମୁଣ୍ଡି ସ୍ଥିତ ଜଗନ୍ନାଥ ମନ୍ଦିର ପରିସରରେ ବିଶ୍ୱକର୍ମା ମହାରଣା କୂଳ ସେବା ସଂଘର ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ପ୍ରଫୁଲ୍ଲ ମହାରଣା, ପ୍ରଭାକର ମହାରଣା ଓ ବିଜ୍ଞ ମହାରଣା ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ସଧାରଣ ସମ୍ପାଦକ ସାହେବ ମହାରଣା ବିବରଣୀ ପାଠ କରି ଆୟବ୍ୟୟ ଉପରେ ଆଲୋଚନା କରିଥିଲେ । ତାଲୁକା ସଭାପତି ପ୍ରଫୁଲ୍ଲ ମହାରଣା ସଙ୍ଗଠନକୁ ସୁଦୃଢ଼ କରି କିଭଳି ଏ ଦିଗରେ ପ୍ରଶାସନ ଠାରୁ ଆବଶ୍ୟକ ସାହାଯ୍ୟ ଓ ସହାୟତା ପାଇ ନିଜର ପୂର୍ବ-ପୁରୁଷ ଅମଳରୁ ଚାଳି ଆସୁଥିବା କୌଳିକ-ବୃତ୍ତିକୁ ବଞ୍ଚାଇ ରଖିବାକୁ ହେବ ସେ ସମ୍ପର୍କରେ ଆଲୋଚନା କରିଥିଲେ । ଏହି କମିଟିରେ ଓଡ଼ିଶା ଓ ଆନ୍ଧ୍ର ସଂଘର ସଭ୍ୟମାନଙ୍କୁ ନେଇ କମିଟି ଚୟନ କରାଯାଇଥିଲା । ଓଡିଶା କମିଟି’ର ସଭାପତି ଭାବେ ସୀମାଞ୍ଚଳ ମହାରଣାଙ୍କୁ ଚୟନ କରାଯାଇଥିବା ବେଳେ ଉପସଭାପତି ଗଦାଧର ମହାରଣା, ସମ୍ପାଦକ ସାହେବ ମହାରଣାଙ୍କୁ ଚୟନ କରଯାଇଛି । ସେହିଭଳି ଆନ୍ଧ୍ର କମିଟିର ସଭାପତି ଭାବେ ପ୍ରଫୁଲ୍ଲ ମହାରଣା, ଉପସଭାପତି ବଲ୍ଲଭ ମହାରଣା ଏବଂ ସମ୍ପାଦକ ଭାବେ ସୁରେଶ ମହାରଣା ପ୍ରମୁଖ ମନୋନୀତ ହୋଇଥିଲେ । ଶେଷରେ ସଂଘର ବରିଷ୍ଠ ସଭ୍ୟ ଅଶୋକ ମ୍ହରଂ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ରିପୋର୍ଟ : କୃଷ୍ଣ କୁମାର ବେହେରା