ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ପାରଳାଖେମୁଣ୍ଡି ସ୍ଥିତ ପର୍ଯ୍ୟଟନ କାର୍ଯ୍ୟାଳୟ ଓ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ ବିଶ୍ୱ ପର୍ଯ୍ୟଟନ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ଏକ ସଚେତନତା ସାଇକେଲ ଶୋଭାଯାତ୍ରା ବାହାରିଥିଲା । ଏହି ଶୋଭାଯାତ୍ରାକୁ ଜିଲ୍ଲାପାଳ ଅନୁପମ ସାହା ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ଶୋଭାଯାତ୍ରା ପାରଳାଖେମୁଣ୍ଡି ସହରବାସୀଙ୍କୁ ଜିଲ୍ଲା ପର୍ଯ୍ୟଟକ ଓ ତାହାର ପରିବେଶ ସ୍ୱଚ୍ଛତା ଉପରେ ସଚେତନତା କରାଇଥିଲେ । ଜିଲ୍ଲାପାଳ ଅନୁପମ ଶାହା ଛାତ୍ରଛାତ୍ରୀମାନଙ୍କୁ ବିଶ୍ୱ ପର୍ଯ୍ୟଟକ ଦିବସ ପାଳନର ଅଭିମୁଖ୍ୟ ସମ୍ପର୍କରେ କହିଥିଲେ । ପରେ ଜିଲ୍ଲାପାଳ କାର୍ଯ୍ୟାଳୟ ପରିସରରୁ ଏକ ସଚେତନତା କାର୍ଯ୍ୟାଳୟ ଅନୁଷ୍ଠିତ ହୋଇଥିଲା । ଏଥିରେ ଜିଲ୍ଲାର ପର୍ଯ୍ୟଟନ ଦାଇତ୍ଵରେ ଥିବା ଜିଲ୍ଲା କ୍ରୀଡ଼ା ଅଧିକାରୀ ପ୍ରଭାକର ତ୍ରିପାଠୀ ଏବଂ ଜିଲ୍ଲା ସୂଚନା ଲୋକସମ୍ପର୍କ ଅଧିକାରୀ ରବିଚନ୍ଦ୍ର ନାୟକ ଯୋଗଦେଇ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ଥିବା ପର୍ଯ୍ୟଟନ ଓ ତୀର୍ଥ ସ୍ଥଳୀ ଗୁଡିକ ଉପରେ ସୂଚନା ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡଃ. ସିମାଞ୍ଚଳ ପଣ୍ଡା, ବିଜୁ ଯୋବାହିନୀ ଜିଲ୍ଲା ସଂଯୋଜକ ନାମର ଚନ୍ଦ୍ର ସାହୁ, କାର୍ଯ୍ୟକ୍ରମ ଅଧିକାରୀ ସୁନୀତା ସାହୁ ଓ ସାହେବ ବାବୁ ପ୍ରମୁଖ ଯୋଗଦେଇ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।
ରିପୋର୍ଟ : କୃଷ୍ଣ କୁମାର ବେହେରା