
ଢେଙ୍କାନାଳ (ସମୃଦ୍ଧ ଓଡିଶା) ଆଜି ବିଶ୍ୱ ରକ୍ତଦାନ ଦିବସ । ଏହି ଉପଲକ୍ଷେ ହିନ୍ଦୋଳ ବ୍ଲକ ପାଟଲା ନିକଟସ୍ଥ କଲ୍ୟାଣ ମଣ୍ଡପ ଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ୭୧ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ନରେନ୍ଦ୍ର କୁମାର ଦେହୁରୀଙ୍କ ନେତୃତ୍ୱରେ ମୁଖ୍ୟ ଅତିଥି ସଂସଦ ମହେଶ ସାହୁ, ବିଧାୟିକା ସୀମାରାଣୀ ନାୟକ, ଜିଲ୍ଲା ପରିଷଦ ପ୍ରିୟଦତ୍ର ମାଦୁନ୍ତୁ, ସରପଞ୍ଚ ବିରଞ୍ଚି ନାରାୟଣ ସାହୁ, ଜାତୀୟ ପର୍ବତାରୋହୀ ଵିଭାରାଣୀ ପାତ୍ର ପ୍ରମୁଖ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ରାଜେନ୍ଦ୍ର ସାହୁ, ସତ୍ୟବାନ ସାହୁ, ଓମ ପ୍ରକାଶ ସାହୁ, ଆଦିତ୍ୟ ସାହୁ, ସୁଦର୍ଶନ ସାହୁ, ବିରେନ ସାହୁ, ପ୍ରମୁଖ ପରିଚାଳନା କରିଥିଲେ ।
ରିପୋର୍ଟ : ଶୁଭମ ପାଣି
