
ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବଡବଜାରରୁ ବିହାରର ଜଣେ ମାନସିକ ବିକୃତ ଯୁବକକୁ ଉଦ୍ଧାର କରି ତାର ପରିବାରକୁ ହସ୍ତାନ୍ତର କରାଯାଇଛି । ଗତ ୨ ତାରିଖ ରାତିରେ ବଜାରରେ ସନ୍ଦେହଜନକଭାବେ ବୁଲୁଥିବା ଏହି ଯୁବକକୁ ଭୋଲାଭଣ୍ଡାରୀ ଅନ୍ନଦାତା ସଂଘର ପ୍ରମୁଖ ହରିଶଂକର ପଣ୍ଡା ଅଟକାଇ ତାର ପରିଚୟ ସଂପର୍କରେ ଜାଣିବାକୁ ଚାହିଁଥିଲେ । କଥାବାର୍ତ୍ତାରୁ ଯୁବକର ଘର ବିହାର ଅଂଚଳର ଜାଣିବାପରେ ସେ ମାନସିକ ରୋଗୀ ବୋଲି ଜାଣିବାପରେ ତା ନିକଟରୁ ଏକ ଫୋନ ନମ୍ବର ସଂଗ୍ରହ କରିଥିଲେ । ବିହାରର ହରିବିଶ ଗଞ୍ଜ ଥାନାର ମୋହନ ସାହାଙ୍କ ପୁଅ ରବିକୁମାର ସାହା(୨୩) ବୋଲି ଜାଣିବା ପରେ ତାଙ୍କ ଭାଇ ରବିନ୍ ଓ ପରିବାର ଲୋକଙ୍କ ସହ ଆଲୋଚନା କରିଥିଲେ । ରବି କୁମାର ପେଶାରେ ଜଣେ ରୋଷେୟା ଓ ତାକୁ ନିଶା ସେବନ କରାଯାଇଥିବାର ପରିବାର ସୂତ୍ରରୁ ଜଣାପଡିଥିଲା । ଆଜି ତାର ବଡ ଭାଇ ରବିନ୍ ଓ ପରିବାର ଲୋକେ ତାକୁ ନେଇ ଯାଇଥିବା ଜଣାଯାଇଛି ।
ରିପୋର୍ଟ : ଭୂପତି ପରିଡା