

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବୀରଭଦ୍ର ନୋଡାଲ ଉଚ୍ଚ ବିଦ୍ୟାଳୟର ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ପ୍ରଧାନଶିକ୍ଷକଙ୍କୁ ସମ୍ବର୍ଦ୍ଧନା କରାଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବିଇଓ ସୁବାଷ ଚନ୍ଦ୍ର ଘଡେଇ, ସିଆରସି ନିରଞ୍ଜନ ମହାପାତ୍ର, ହୁମ୍ମା କ୍ଲଷ୍ଟର ଦାମୋଦର ପଣ୍ଡା ଯୋଗ ଦେଇଥିଲେ । ତତ୍ ସହିତ ବୋରିଗାଁ ୟୁ ପି ସ୍କୁଲର ପ୍ରଧାନ ଶିକ୍ଷକ, ହୁମ୍ମା ୟୁ ପି ସ୍କୁଲର ନିରଞ୍ଜନ ମୁଦୁଲି, ନୋଡାଲ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ସମେତ ସମସ୍ତ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ଏହି ଉତ୍ସବରେ ପ୍ରଥମ କୂଳ ସଂଗୀତ ତା’ପରେ ବର୍ତ୍ତମାନର ପ୍ରଧାନଶିକ୍ଷକ ସୁନିଲ କୁମାର ବେହେରା, ଅନ୍ୟ ଶିକ୍ଷକ ଓ ଶିକ୍ଷୟିତ୍ରୀ ଅବସର ପ୍ରଧାନ ଶିକ୍ଷକଙ୍କ ଉପରେ ଭାଷଣ ପ୍ରଦାନ କରିଥିଲେ । ଏହାପରେ ଅବସର ପ୍ରଧାନଶିକ୍ଷକ ନିରଞ୍ଜନ ଖାଡ଼ଙ୍ଗାଙ୍କୁ ବିଇଓ ସମ୍ମାନିତ କରିଥିଲେ । ଶେଷରେ ପ୍ରଧାନଶିକ୍ଷକ ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭା ଭଙ୍ଗ କରିଥିଲେ । ବର୍ତ୍ତମାନର ପ୍ରଧାନଶିକ୍ଷକ ସୁନିଲ କୁମାର ବେହେରା ଏହି ଉତ୍ସବର ଆୟୋଜନ କରିଥିଲେ ।
ରିପୋର୍ଟ : ତ୍ରିନାଥ ବେହେରା





