

ପୋଲସରା (ସମୃଦ୍ଧ ଓଡିଶା) ବୁଗୁଡା ପଞ୍ଚାୟତ ସମିତିର ଭର୍ତ୍ତା ବଣ୍ଟନ କାର୍ଯ୍ୟକ୍ରମ ବୁଗୁଡା ଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ୮୫୯ ଜଣ ବୃଦ୍ଧ ବୃଦ୍ଧା ଓ ବିଧବା ମହିଳା ଏବଂ ବିକଳାଙ୍ଗମାନଙ୍କୁ ଭତ୍ତା ବଣ୍ଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବୁଗୁଡା ବିଡ଼ିଓ, ଅଧ୍ୟକ୍ଷା ଉପାଧ୍ୟକ୍ଷ, ଜିଲ୍ଲା ପରିଷଦ, ସରକାରୀ କର୍ମଚାରୀମାନେ ଉପସ୍ଥିତ ରହିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା

