ବୁଗୁଡା ଅଞ୍ଚଳ ଜନସାଧାରଣ ଆଶ୍ୱସ୍ତ : ଗୁରୁତର କରୋନା ସନ୍ଦିଗ୍ଧ ବ୍ୟକ୍ତିଙ୍କ ରିପୋର୍ଟ ନେଗେଟିଭ…

ବୁଗୁଡା (ସମୃଦ୍ଧ ଓଡିଶା) ଭୁବନେଶ୍ୱର ବମୀଖାଲ ଅଞ୍ଚଳରୁ ଫେରିଥିବା ବୁଗୁଡା ବ୍ଲକ ଗୁଡିପଲ୍ଲୀ ଗ୍ରାମର ଜଣେ ବ୍ୟକ୍ତି ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରର ସଙ୍ଗରୋଧ ଗୃହରେ ଥିବା ବେଳେ ଭୀଷଣ ଜ୍ଵର ଓ କାଶ ହେବା ସହ କରୋନା ଲକ୍ଷଣ ଦେଖାଯିବା ଯୋଗୁଁ ଗତ ୨୬ ତାରିଖରେ ତାଙ୍କୁ ବ୍ରହ୍ମପୁର କରୋନା ପରୀକ୍ଷା ପାଇଁ ଆମ୍ବୁଲାନ୍ସରେ ପଠାଯାଇଥିଲା । ମାତ୍ର ଖୁସିର ଖବର ସେହି ବ୍ୟକ୍ତିଙ୍କ ରିପୋର୍ଟ ନେଗେଟିଭ ବାହାରିଲା । ଯାହା ଫଳରେ ବୁଗୁଡା ଅଞ୍ଚଳବାସୀ ଆଶ୍ୱସ୍ତ ଲାଭ କରିଛନ୍ତି । ୨୭ ତାରିଖରେ ବ୍ରହ୍ମପୁରକୁ ଅନ୍ୟ ଦୁଇଜଣ ସନ୍ଦିଗ୍ଧଙ୍କୁ କରୋନା ଟେଷ୍ଟ ପାଇଁ ପଠା ଯାଇଥିବା ବେଳେ କେନ୍ଦ୍ର ସରକାର ଚାଇନା କିଟ ବ୍ୟବହାର କରିବା ପାଇଁ ମନାକରିବା ଯୋଗୁଁ ଏହି ଦୁଇ ଜଣଙ୍କ ନୂତନ କିଟ ଆସିବା ପରେ ପରୀକ୍ଷା ହେବ । ଏଣୁ ସେ ଦୁହିଁଙ୍କ ରିପୋର୍ଟ ଆସିବାକୁ ଦୁଇ ତିନି ଦିନ ବିଳମ୍ବ ହୋଇପାରେ ବୋଲି ଜଣାପଡିଛି ।

ରିପୋର୍ଟ : ଡ଼ଃ କୁମୁଦ ଚନ୍ଦ୍ର ବେହେରା