ବୁଗୁଡା (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ବୁଗୁଡା କଳିଙ୍ଗ ବୈଶ୍ୟ ମହିଳା ସଙ୍ଘ(ପ୍ରଥମ) ପକ୍ଷରୁ ନଭେମ୍ବର ୨୧ ତାରିଖ ଦିନ ବୁଗୁଡା ସହର ବଡଦାଣ୍ଡରେ ଅବସ୍ଥିତ କଳିଙ୍ଗ ବୈଶ୍ୟ ସଙ୍ଘ(ପ୍ରଥମ) ଗୃହରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ରକ୍ତଦାନ ଶିବିରକୁ ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ଗୋପବନ୍ଧୁ ବେହେରା ଉଦଘାଟନ କରିଥିବା ବେଳେ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟ ରକ୍ତ ଭଣ୍ଡାର ଡାକ୍ତର ଓ କର୍ମଚାରୀ ବୃନ୍ଦଙ୍କ ଦ୍ଵାରା ୩୭ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ଅଞ୍ଚଳ କଳିଙ୍ଗ ବୈଶ୍ୟ ମହିଳା ସଙ୍ଘ ସଭାନେତ୍ରୀ ରୀନା ଚୌଧୁରୀ, ବୁଗୁଡା କଳିଙ୍ଗ ବୈଶ୍ୟ ମହିଳା ସଙ୍ଘ(ପ୍ରଥମ) ସଭାନେତ୍ରୀ ବିଦ୍ୟୁତ ଲତା ପୃଷ୍ଟି ଓ ସମ୍ପାଦିକା ଟି ଭାଗ୍ୟଲକ୍ଷ୍ମୀ ସାମନ୍ତରାଙ୍କ ନେତୃତ୍ୱରେ ସମସ୍ତ ସଦସ୍ୟା ବୃନ୍ଦ ଉପସ୍ଥିତ ରହି ସହଯୋଗ କରିଥିଲେ । କଳିଙ୍ଗ ବୈଶ୍ୟ ସଙ୍ଘ(ପ୍ରଥମ)ର ସଭାପତି ବି.ଗୋପାଳ ଚନ୍ଦ୍ର ପାତ୍ର, ସମ୍ପାଦକ ପ୍ରକାଶ ଚନ୍ଦ୍ର ସାମନ୍ତରା, ମନୋଜ କୁମାର ଚୌଧୁରୀ, ଟି.ସୁଦର୍ଶନ ପାତ୍ର ପ୍ରମୁଖଙ୍କ ତତ୍ତ୍ୱାବଧାନରେ ରକ୍ତଦାନ ଶିବିର ପରିଚାଳିତ ହୋଇଥିଲା ।
ରିପୋର୍ଟ : ଡ଼ଃ. କୁମୁଦ ଚନ୍ଦ୍ର ବେହେରା