

ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଳାଙ୍ଗେଙ୍କ ନିର୍ଦ୍ଦେଶରେ ତଥା ଅବକାରୀ ଅଧୀକ୍ଷକ ରାମଚନ୍ଦ୍ର ମିଶ୍ରଙ୍କ ତତ୍ତ୍ୱାବଧାନରେ ଚଳିତ ମାସରେ ବିଭିନ୍ନ ସ୍ଥାନରେ ଅବକାରୀ ଚଢାଉ କରାଯାଇଛି . ବେଆଇନ୍ ମଦ କାରବାର ନେଇ ୩୫ ମାମଲା ରୁଜୁ କରାଯିବା ସହ ଏଥିରେ ସମ୍ପୃକ୍ତ ୩୩ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଅବକାରୀ ବିଭାଗ ପକ୍ଷରୁ ଶନିବାର ଦିନ ସଚୂନା ଦେଇଛନ୍ତି . ଏମାନଙ୍କଠାରୁ ବ୍ୟାପକ ମଦ ଜବତ ହୋଇଛି . ଏହାର ଆନୁମାନିକ ମୂଲ୍ୟ ୧ ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି . ଏହା ଚଢାଉରେ ସଦର ଅବକାରୀ ନିରୀକ୍ଷକ ଗଙ୍ଗା ପାଇକରାୟ, ଶେଖ ଆରଫ ଅଲ୍ଲୀ, ପ୍ରଶାନ୍ତ କହଁର, ଶ୍ରୀଧର ହେମ୍ବ୍ରମ, ଗୀତାଞ୍ଜଳି ସାହୁ, ନବସ୍ମିତା ନାୟକ, ପାର୍ଥ ରାଉତ, ବଳରାମ ସାହୁ, ଦୁଯେର୍୍ୟାଧନ ସାହୁ ଓ ଉମାକାନ୍ତ ସ୍ୱାଁଇଙ୍କ ସମେତ କର୍ମଚାରୀମାନେ ସାମଲି ହୋଇଥିଲେ . ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ଅବକାରୀ ଢଚାଉ ବ୍ୟାପକ କରିବାକୁ ଏକ ବୈଠକରେ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି .
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା
