ବେଆଇନ୍ ବାଣ ନେଇଗଲା ଜୀବନ:ଜଣେ ମୃତ…

ଖଲ୍ଲିକୋଟ (ସମୃଦ୍ଧ ଓଡିଶା) ବେଆଇନ ବାଣ ତିଆରି କରି ଚାଲିଗଲା ଜଣଙ୍କ ଜୀବନ । ଗଂଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଶ୍ୟାସୁନ୍ଦରପୁର ଗ୍ରାମରେ ଘଟିଛି ଅଘଟଣ । ଦୁଇ ଜଣ ବ୍ୟକ୍ତି ବାଣ ତିଆରି କରୁଥିବା ବେଳେ ବିଷ୍ପୋରଣ ଘଟି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣଙ୍କର ଜୀବନ ସଂକଟାପନ୍ନ ଥିବା ଜଣାପଡ଼ିଛି । ମୃତ ବ୍ୟକ୍ତି ଜଣଙ୍କ ହେଲେ ଶ୍ୟାମସୁନ୍ଦରପୁର ଗ୍ରାମର ମାଧବ ଦାସ । ଗତକାଲି ଦୀପାବଳି ଥିବାରୁ ଚାରିଆଡେ ଚଲଞ୍ଚଳ ଥିଲା କିନ୍ତୁ ଶ୍ୟାସୁନ୍ଦରପୁର ଗ୍ରାମରେ ବହୁ ଦିନରୁ ବେଆଇନ ବାଣକାରଖାନା ଚାଲୁଥିବାରୁ ଶରଧା ଦାସ ଓ ମାଧବ ଦାସ ବାଣ ତିଆରିରେ ଲାଗି ପଡ଼ିଥିଲେ । କିନ୍ତୁ କୋୖଣସି ଅସବଧାନତାରୁ ଘଟିଥିଲା ବିସ୍ପୋରଣ । ଦୁଇ ଜଣକୁ ସଙ୍ଗେସଙ୍ଗେ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା ସେଠାରେ ଡାକ୍ତର ଦୁହିଁଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ସ୍ଥାନାନ୍ତର କରିଥିଲେ । ସେଠାରେ ମାଧବ ଦାସକୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ଶରଧା ଦାସକୁ କଟକ ମେଡିକାଲ ସ୍ଥାନାନ୍ତର କରିଥିଲେ । ଖବର ସଂଗ୍ରହ ପୂର୍ବରୁ ଶରଧାଙ୍କ ଜୀବନ ସଙ୍କଟାପନ୍ନ ଥିବା ସୂଚନା ମିଳିଛି । ଖବର ପାଇ ଘଟଣା ସ୍ଥଳରେ ଖଲ୍ଲିକୋଟ ଥାନା ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

ରିପୋର୍ଟ : ଦକ୍ଷିଣାଞ୍ଚଳ ବ୍ୟୁରୋ ଚିଫ ନିମାଇଁ ଚରଣ ପଣ୍ଡା