ବେକାରୀଙ୍କୁ କାମ ଦାବିରେ ସମାଜବାଦୀ ପାର୍ଟି, ବହୁଜନ ସମାଜପାର୍ଟି ଯୁବ ଶାଖା ପକ୍ଷରୁ ମିଳିତ ଗଣବିକ୍ଷୋଭ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ବିଧାନସଭା ସମ୍ମୁଖରେ ସପା-ବସପା ଯୁବ ସଂଗଠନ ପକ୍ଷରୁ ବେକାରଙ୍କୁ କାମ ନଚେତ୍ ବେକାରୀ ଭତା, ୨୦୧୯-୨୦ ଆର୍ଥକ ବର୍ଷରେ ଦେଶର ୮ କୋଟି ବେକାର ଆଶା କରୁଥିଲେ ସରକାର ତାଙ୍କର ଶେଷ ବଜେଟ୍ ବେକାରଙ୍କ କର୍ମ ନିଯୁକ୍ତି ପାଇଁ କିଛି ଆଖିଦୃଶିଆ ପଦକ୍ଷେପ ନେବେ । କର୍ମ ନିଯୁକ୍ତି ତ ଦୂରେ ଥାଉ, ବେକାରଙ୍କୁ ବେକାରୀ ଭତା ଦେବା ପାଇଁ ସରକାର କୌଣସି ପଦକ୍ଷେପ ନେଲେ ନାହିଁ । ୨ ହେକ୍ଟର ଜମି ଥିବା ୨୦୧୯-୨୦ ଆର୍ଥିକ ବର୍ଷରେ କ୍ଷମତାକୁ ଆସିବା ପୂର୍ବରୁ ବର୍ଷକୁ ୨ କୋଟି ବେକାରଙ୍କ ପାଇଁ  ପ୍ରତିଶ୍ରୁତି ଦେଇଥିଲେ କିନ୍ତୁ ପ୍ରତିଶ୍ରୁତି ରକ୍ଷା କରିବାରେ ବିଫଳ ହୋଇଗଲେ । ଜମି ମାଲିକଙ୍କୁ ୩ଟି କିସ୍ତିରେ ବାର୍ଷିକ ୬ ହଜାର ଟଙ୍କା ଦେବା ପାଇଁ ସରକାର ବ୍ୟବସ୍ଥା କରିଛନ୍ତି । କିନ୍ତୁ ଚାଷୀ ଆତ୍ମହତ୍ୟା ରୋକିବା ପାଇଁ ଏହା ଯଥେଷ୍ଟ ନୁହେଁ । ବରଂ ଦୁଃଖ ଦୁର୍ଦ୍ଧଶାରେ ଦିନ କାଟୁଥିବା ଚାଷୀଙ୍କ କଟା ଘା’ରେ ଚୂନ ଦେବା ସଦୃଶ ଅଟେ । ବଜେଟ୍ରେ ସରକାର ଭାଗଚାଷୀ ଏବଂ କୃଷି ଶ୍ରମିକଙ୍କୁ ସରକାର ଅଣଦେଖା କରିଛନ୍ତି । ତେଣୁ କେନ୍ଦ୍ର ସରକାରଙ୍କ ଏହି କୃଷକ, କୃଷି ଶ୍ରମିକ, ଭାଗଚାଷୀ ଓ ବେକାର ବିରୋଧୀ ବଜେଟ୍ ବିରୋଧରେ ସମାଜବାଦୀ ପାର୍ଟି ଓ ବହୁଜନ ସମାଜ ପାର୍ଟିର ଯୁବ ଶାଖା ପକ୍ଷରୁ ମିଳିତ ଭାବରେ ଏକ ବିକ୍ଷୋଭ ପ୍ରଦର୍ଶନ କରାଯାଇ ଏହି ବଜେଟ୍କୁ ତୀବ୍ର ନିନ୍ଦା କରାଯାଇଥିଲା । ଦୁଇଦଳର ମିଳିତ ନେତୃତ୍ୱରେ ଅନୁଷ୍ଠିତ ଏହି ବିକ୍ଷୋଭ ଶୋଭାଯାତ୍ରାରେ ସମାଜବାଦୀ ପାର୍ଟିର ରାଜ୍ୟ ସଭାପତି ରବି ବେହେରା ଓ ବହୁଜନ ସମାଜ ପାର୍ଟିର ରାଜ୍ୟ ସଭାପତି ଟଙ୍କଧର ବାଗ ଯୋଗଦେଇ ମୋଦି ସରକାରଙ୍କ ଏହି ଜନବିରୋଧୀ ବଜେଟ୍ ତୀବ୍ର ସମାଲୋଚନା କରିଥିଲେ । ଏହି ବିକ୍ଷୋଭ ଶୋଭାଯାତ୍ରାରେ ସମାଜବାଦୀ ପାର୍ଟି ରାଜ୍ୟ ସାଧାରଣ ସମ୍ପାଦକ ସୁଦର୍ଶନ ପ୍ରଧାନ, ଏବଂ ସମାଜବାଦୀ ପାର୍ଟି ସଂଖ୍ୟାଲଘୁ ରାଜ୍ୟ ସଭାପତି ଅବଦୁଲ ଇସ୍ତହାର, ନିଳମଣି ଧଳ ଆନ୍ଦୋଳନରେ ଉଦବୋଧନ ଦେଇଥିଲେ । ସମାଜବାଦୀ ପାର୍ଟି ଯୁବ ଶାଖାର ରାଜ୍ୟ ସଭାପତି ଏନ୍. ସମ୍ବିତ ଦାସ ଓ ବହୁଜନ ସମାଜ ପାର୍ଟିର ଯୁବ ସଭାପତି ଫୁକୁନା ସାମଲଙ୍କ ନେତୃତ୍ୱରେ ପ୍ରାୟ ୧୦୦ରୁ ଉଦ୍ଧ୍ୱର୍ ଯୁବର୍କମୀଙ୍କ ନେଇ ମାଷ୍ଟର କ୍ୟାନଟିନ ଛକରୁ ଏକ ଶୋଭାଯାତ୍ରା ଲୋୟର ପିଏମ୍ଜିରେ ପହଂଚି ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ଏହି ବିକ୍ଷୋଭରେ ସମାଜବାଦୀ ପାର୍ଟିର ଯୁବ ଶାଖାରା ସୁବ୍ରତ ଲେଙ୍କା, ସୁଶିଲ ମିଶ୍ର, ସୁନିଲ ମିଶ୍ର, ସଞ୍ଜୟ ନାୟକ, ଶରତ ଚନ୍ଦ୍ର ବେହେରାଙ୍କ ସହିତ ବହୁଜନ ସମାଜ ପାର୍ଟିର ଯୁବ ନେତୃତ୍ୱ ଲବ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ । 

ରିପୋର୍ଟ : ଆକାଶ ମିଶ୍ର