ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା ଓଡ଼ିଶା ମୋ ପରିବାର ଆନୁକୁଲ୍ୟରେ ଭ୍ରାମ୍ୟମାଣ ରକ୍ତ ସଂଗ୍ରହ ଅଭିଯାନ ବେଗୁନିଆପଡ଼ା ବ୍ଳକରେ ଅନୁଷ୍ଠିତ ହୋଇଯାଇଛି । ବ୍ଲକର ବିଭିନ୍ନ ପଞ୍ଚାୟତରୁ ସ୍ଵେଚ୍ଛାକୃତ ଭାବେ ରକ୍ତଦାନ କରିବା ପାଇଁ ଆହ୍ୱାନ କରାଯାଇଥିବା ବେଳେ ମୋଟ ୩୦ ଜଣ ସଦସ୍ୟ ରକ୍ତଦାନ କରିଥିଲେ । କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଆସିକା ସଂସଦୀୟ କ୍ଷେତ୍ରର ଓଡିଶା ମୋ ପରିବାର ସହ ସଂଯୋଜକ ନିର୍ମଳ ଚନ୍ଦ୍ର ସାହୁ, ବ୍ଲକ ଅଧ୍ୟକ୍ଷା ପ୍ରତିନିଧି ବିଜୟ କୁମାର ଦୋରା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟଙ୍କ ଦ୍ୱାରା ପରିଚାଳିତ ରାଜ୍ୟ ରକ୍ତ ଅନ୍ତକ୍ଷେପଣ ପରିଷଦ ପକ୍ଷରୁ ଏହି ଭ୍ରାମ୍ୟମାଣ ରକ୍ତ ସଂଗ୍ରହ ଯାନରେ ଏକା ସାଙ୍ଗରେ ୨ ଜଣ ରକ୍ତଦାତାଙ୍କ ଠାରୁ ରକ୍ତ ସଂଗ୍ରହ କରାଯିବାର ବ୍ୟବସ୍ଥା ରହିଥିବା ବେଳେ ଇଛୁକ ରକ୍ତଦାତାଙ୍କ ପ୍ରଥମେ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ପରେ ସୁସ୍ଥବାନ ବ୍ୟକ୍ତିଙ୍କ ଠାରୁ ଜଣକ ପିଛା ୩୦୦ ମିଲିମିଟର ରକ୍ତ ସଂଗ୍ରହ କରାଯାଇଥିଲା । ବ୍ରହ୍ମପୁର ରକ୍ତ ଭଣ୍ଡାର ଲୋକସମ୍ପର୍କ ଅଧିକାରୀ ସୁଶାନ୍ତ କୁମାର ପାଣିଗ୍ରାହୀ, ସହ କର୍ମଚାରୀ କର୍ମଚାରୀ ନାଗ ଭୂଷଣ ପ୍ରଧାନ, ପ୍ରଦୀପ କୁମାର ସୁବୁଦ୍ଧି, ସୁଶାନ୍ତ କୁମାର ପଣ୍ଡା ରକ୍ତଦାତାଙ୍କ ଠାରୁ ରକ୍ତ ସଂଗ୍ରହ କରିଥିଲେ । ଅଙ୍ଗାର ଗାଁ ପଞ୍ଚାୟତର ସରପଞ୍ଚ ସରୋଜ ସାହୁ, ଚନ୍ଦନପୁର ଗୋପବନ୍ଧୁ ସାହୁ, କୁମ୍ଭାରଗାଁ ପଞ୍ଚାୟତର ସନ୍ତୋଷ ବରଡ ପ୍ରମୁଖଙ୍କ ସହଯୋଗରେ ମୋଟ ୩୦ ଜଣ ସ୍ଵେଚ୍ଛାକୃତ ଭାବେ ରକ୍ତଦାତା ଯୋଗଦେଇ ରକ୍ତଦାନ କରିଥିଲେ । ବର୍ତ୍ତମାନ କୋଭିଡ୍ ସମୟରେ ବହୁ ରୋଗୀଙ୍କୁ ରକ୍ତର ଆବଶ୍ୟକତା ରହୁଥିବା ବେଳେ ଏହି ଭ୍ରାମ୍ୟମାଣ ରକ୍ତ ସଂଗ୍ରହ ଯାନ ବେଶ୍ ସହାୟକ ହେବ ବୋଲି ମତପ୍ରକାଶ ପାଇଥିଲା ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା