
ଗଞ୍ଜାମ (ସମୃଦ୍ଧ ଓଡିଶା) ବିଲୁପ୍ତ ହୋଇଯାଉଥିବା ଘରଚଟିଆ ସଂରକ୍ଷଣ ନେଇ ଆଞ୍ଚଳିକ ବିକାଶ ପରିଷଦ ତରଫରୁ ଆରମ୍ଭ ହେଉଥିବା ଅଭିଯାନର ଦ୍ଵିତୀୟ ପର୍ଯ୍ୟାୟରେ ବେଗୁନିଆପଡା ବ୍ଲକର ଅଙ୍ଗାର ଗ୍ରାମରେ ଘରଚଟିଆ ସଂରକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଆଞ୍ଚଳିକ ବିକାଶ ପରିଷଦର ସଭାପତି ସାଗର ପାତ୍ର ଦୁର୍ଗାଦେବୀ ଆଇଟିଆଇର ଅଧ୍ୟକ୍ଷ ଧର୍ମରାଜ ପାତ୍ର ଭରସା ଅନୁଷ୍ଠାନର ସମ୍ପାଦକ ଦୁର୍ଗା ମାଧବ ପାଣିଗ୍ରାହୀ ସାମ୍ବାଦିକ ସୁଜିତ କୁମାର ବେହେରା ଯୋଗଦେଇ ଘରଚଟିଆ ସଂରକ୍ଷଣର ଆବଶ୍ୟକତା ଉପରେ ଆଲୋକପାତ କରାଇଥିଲେ । ଏହାପରେ ଗ୍ରାମର ପ୍ରତ୍ୟେକ ଘରେ ଚାଟିଆମାନେ ରହିବା ପାଇଁ କୃତ୍ରିମ ଘର ଓ ଖାଇବା ଥଳୀ ଲଗାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଗ୍ରାମର ପ୍ରତାପ ସ୍ୱାଇଁ, ରାଜେନ୍ଦ୍ର ସ୍ୱାଇଁ ସହଯୋଗ କରିଥିବା ବେଳେ ଗ୍ରାମବାସୀମାନେ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ଅଧିକାରୀ ନିମାଇଁ ଚରଣ ପଣ୍ଡା


