ବେଗୁନିଆପଡା ବ୍ଲକ ସମ୍ମୁଖରେ ବିଜେପି ପକ୍ଷରୁ ବିକ୍ଷୋଭ ଓ ଦାବିପତ୍ର ପ୍ରଦାନ…

ବେଗୁନିଆପଡା (ସମୃଦ୍ଧ ଓଡିଶା) ଆଜି ବେଗୁନିଆପଡ଼ା ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ବିଜେପି ପକ୍ଷରୁ ବିକ୍ଷୋଭ କରାଯିବା ସହ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ସୂଚନା ଅନୁଯାୟୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗରିବଙ୍କୁ ବାସ ଗୃହ ଆବଣ୍ଟନ ପ୍ରସଙ୍ଗରେ ଓଡିଶା ଆସିଥିବା କେନ୍ଦ୍ରୀୟ ଟିମ୍ ତାଙ୍କ ତଦନ୍ତ ରିପୋର୍ଟ ଅନୁଯାୟୀ ଏକ ମହା ଦୁର୍ନୀତିର ପର୍ଦ୍ଦାଫାସ ହୋଇଛି ବୋଲି ଅଭିଯୋଗ କରିବା ସହ ରିପୋର୍ଟ ଅନୁସାରେ ୧ ଲକ୍ଷରୁ ଉର୍ଦ୍ଧ୍ବ ଘର ବଣ୍ଟନରେ ଅନିୟମିତତା ହେବା ସହ ପାଖାପାଖି ୧ ହଜାର କୋଟି ଟଙ୍କାର ବାଟମାରଣା ହୋଇଛି ବୋଲି ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି । ରାଜ୍ୟରେ ଜଣେ ହେଲେ ଯୋଗ୍ୟ ହିତାଧିକାରୀ ଯେପରି ବାସଗୃହ ପାଇବାରୁ ବଞ୍ଚିତ ନ ହୁଅନ୍ତି ସେଥିପାଇଁ ରାଜ୍ୟ ବିଜେପି ପକ୍ଷରୁ ଗତକାଲି ଠାରୁ ୩ ଦିନ ଧରି ସମସ୍ତ ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଧାରଣ ପ୍ରଦର୍ଶନ କରାଯାଇ ରାଜ୍ୟପାଳଙ୍କ ଉଦ୍ୟଶ୍ୟରେ ବିଡ଼ିଓଙ୍କ ଜରିଆରେ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ କବିସୂର୍ଯ୍ୟନଗର ବିଜେପି ବିଧାୟକ ପ୍ରାର୍ଥୀ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରଞ୍ଜନ କୁମାର ପଲେଇଙ୍କ ନେତୃତ୍ୱରେ ଜିଲ୍ଲା ସାଧାରଣ ସମ୍ପାଦକ ଅନୀଲ କୁମାର ପଣ୍ଡା, ଖଲ୍ଲିିକୋଟ ବିଧାୟିକା ପ୍ରାର୍ଥୀନୀ ଶ୍ରୀମତୀ ଭାରତୀ ବେହେରା, କୋଦଳା ମଣ୍ଡଳ ସଭାପତି ମଧୂସୁଧନ ଜେନା, ବେଗୁନିଆପଡ଼ା ମଣ୍ଡଳ ସଭାପତି ସୁଦର୍ଶନ ସାହୁ, ଜିଲ୍ଲା ସମ୍ପାଦକ ସଞ୍ଜୟ ଘୋଷ, ଯୁବ ନେତା ରମାକାନ୍ତ ଦୋରା, ନିରଞ୍ଜନ ସ୍ୱାଇଁ ସମେତ ବହୁ ବରିଷ୍ଠ ବିଜେପି କର୍ମକର୍ତ୍ତା ଉପସ୍ଥିତ ଥିଲେ ।

ରିପୋର୍ଟ : ଗଞ୍ଜାମ ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା