

ବୁଗୁଡ଼ା (ସମୃଦ୍ଧ ଓଡିଶା) ନିକଟସ୍ଥ ତାଳସାକର ପଞ୍ଚାୟତର ବେଠିଆ ବୋରଦା ଗ୍ରାମରେ ଏକ ସମ୍ବର୍ଦ୍ଧନା ସଭାର ଆୟୋଜନ ହୋଇଯାଇଛି । ଏହି ସଭାରେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କୁ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ତାଳସାକର ମହାମାୟୀ ହାଇସ୍କୁଲର ପ୍ରଧାନ ଶିକ୍ଷକ ଗୈାରି ଶଙ୍କର ମିଶ୍ର ଅବସର ଗ୍ରହଣ ପରେ ବେଠିଆବୋରଦା ଠାରେ ପ୍ରାକ୍ତନ ଛାତ୍ରଛାତ୍ରୀଙ୍କ ଦ୍ଵାରା ଏକ ସମ୍ବର୍ଦ୍ଧନା ସଭାରେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଗୈାରୀ ଶଙ୍କର ମିଶ୍ର ଓ ଏ.ବି.ଇ.ଓ ପିତାମ୍ବର ବିଷୋୟୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ବରିଷ୍ଠ ସାହିତ୍ୟିକ ତଥା ପ୍ରାକ୍ତନ ଅଧ୍ୟକ୍ଷ କୃତିବାସ ବିଶ୍ୱାଳଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ସଭା କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଅନ୍ୟତମ ଅତିଥି ଭାବେ ଜିଲ୍ଲା ପରିଷଦ ସଦସ୍ୟା ଭୁବନେଶ୍ୱରୀ ଖଟେଇ, ସରପଞ୍ଚ ସୂର୍ଯ୍ୟମଣି ଗୈାଡ, ସମିତି ସଭ୍ୟ ବିବେକାନନ୍ଦ ବାରିକ, ଗଙ୍ଗାପାଣି ଜେନା, ବରିଷ୍ଠ ସାହିତ୍ୟିକ ଅନନ୍ତ କର, ବାଲିପଦର କଲେଜ ଅଧ୍ୟକ୍ଷ ଡକ୍ଟର ବି.ପ୍ରକାଶ ଚନ୍ଦ୍ର ପାତ୍ର, ଅଧ୍ୟାପକ ଅକ୍ଷୟ କୁମାର ବିଷୋୟୀ, ବି.ଗୋପାଳ ପାତ୍ର, ବୈଷ୍ଣବ ଚରଣ ଦାଶ, ମନୋରଞ୍ଜନ ଶତପଥୀ, ରବିନ୍ଦ୍ରନାଥ ବିଷୋୟୀ, ସଭାପତି କିଶୋର ପ୍ରଧାନ, ଶିବରାମ ଜେନା ପ୍ରମୁଖ ଯୋଗ ଦେଇ ନିଜ ନିଜର ବକ୍ତବ୍ୟ ରଖିଥିବା ବେଳେ ଦେବୀ ପ୍ରସାଦ ମିଶ୍ର କାର୍ଯ୍ୟକ୍ରମ ସଂଯୋଜନା ସିତାରାମ ତ୍ରିପାଠୀ, ମହେଶ୍ବର ସ୍ବାଇଁ, ଭଗବାନ ଗୈାଡ, ଭଞ୍ଜ କିଶୋର ଗୈାଡ, ହରିହର ବିଶ୍ଵାଳ, ଖଦାଳ ସ୍ବାଇଁ, ପ୍ରଭାକର ଜେନା, କାହ୍ନୁଚରଣ ଭୂୟାଁ, ଶେଷରେ ରବିନ୍ଦ୍ରନାଥ ବିଶ୍ବାଳ ଧନ୍ୟବାଦ ପ୍ରଦାନ କରିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା
