ଜଳେଶ୍ୱର (ସମୃଦ୍ଧ ଓଡିଶା) ସୁବର୍ଣ୍ଣରେଖା ନଦୀରେ ବାଲି ଖାଦାନ ଗୁଡିକରୁ ବାଲି ଉତ୍ତୋଳନ ଆରମ୍ଭ ହେବାପରେ ଏବେ ପଶ୍ଚିମବଂଗକୁ ବେଧଡକ ବ।।ଲି ପରିବହନ ହେବାରେ ଲାଗିଛି । ଆଜି ଶୁକ୍ରବାର ସଂଧ୍ୟାରେ ଜଳେଶ୍ୱର – ଚନ୍ଦନେଶ୍ୱର ୫୭ନଂ ରାଜ୍ୟ ରାଜପଥର ଧାନସିମୁଳିଆ କଲେଜ ନିକଟରେ ଏକ ସାଇକେଲ ଆରୋହୀ ଉପରେ ଏକ ବାଲି ବୋଝେଇ ଡମ୍ପର ଓଆର୍-୦୧ୟୁ-୫୭୨୯ ଚଡିଯିବା ଫଳରେ ଘଟଣା ସ୍ଥଳରେ ଆରୋହୀଙ୍କ ଶୋଚନୀୟ ମୃତ୍ୟୁ ଘଟିଛି । ସାଇକେଲ ଆରୋହୀ ଅଜୟ କୁମାର ଭୂୟାଁ (୫୨) ସାଇକେଲ ଯୋଗେ ଅପରାହ୍ନରେ ଜଳେଶ୍ୱରରୁ ନିଜ ଗାଁ ଧାନଶିମୁଳିଆ ଫେରୁଥିବା ବେଳେ ଏପରି ଅଘଟଣା ଘଟିଛି । ଅଜୟର ଖଣ୍ଡବିଖଣ୍ଡିତ ଶରୀର ରାସ୍ତା ଉପରେ ପଡିଥିବା ବେଳେ ଦ୍ରୁତବେଗରେ ଡମ୍ପରଟି ଖସିପଳାଉଥିବା ବେଳେ ଜନସାଧାରଣ ଏସମ୍ପର୍କରେ ଖବର ପାଇ ଡମ୍ପରଟିକୁ ଅଟକ ରଖିଛନ୍ତି । ଘଟଣା ସ୍ଥଳରେ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରି ବସିଥିବା ବେଳେ ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚିଛି । ଚାଷୀ ଅଜୟର ଜଣେ ପୁଅ, ୫ ଝିଅ ଓ ବିଧବା ସ୍ତ୍ରୀ ବେସାହାରା ହୋଇଥିବାରୁ ଗ୍ରାମରେ ଶୋକାକୂଳ ଅବସ୍ଥା ସୃଷ୍ଟି ହୋଇଛି । ତେଣୁ ସରକାରୀ ଦୁର୍ଘଟଣା ଜନୀତ ସହାୟତା ଯୋଗାଇ ଦେବାକୁ ସରପଂଚ ଦିନେଶ କୁମାରେ ଜେନା, ଭଗୀରଥ ଚନ୍ଦ ନିବେଦନ କରିଛନ୍ତି ।
ରିପୋର୍ଟ : ଭୂପତି କୁମାର ପରିଡା