

ଗୁମ୍ମା -(ସମୃଦ୍ଧଓଡିଶା)-ଜିଲ୍ଲା ନିୟୋଜନ କାର୍ଯ୍ୟାଳୟ ଗଜପତି ଏବଂ ଏସ ଏଇ ଏସ ର ମିଳିତ ସହଯୋଗରେ ବେରୋଜଗାର ଯୁବକ ଯୁବତୀ ମାନଙ୍କ ପାଇଁ ନିଯୁକ୍ତି ଶିବିର ଗୁମ୍ମା ବ୍ଲକ ସଦଭାବନା ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶାରେ ବିଭିନ୍ନ ରାଷ୍ଟ୍ରାୟତ୍ତ କମ୍ପାନୀ ରେ ସିକ୍ୟୁରିଟି ଗାର୍ଡ ଓ ସୂପରଭାଇଜର ପଦବୀ ପାଇଁ ଏହି ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଯାଇଛି। ଏ ଏସ ଆଇ ଜିତୁ ବରାଳ ଏହି ଶିବିର କୁ ପରିଚାଳନା କରିଥିଲେ । ଚାକିରି ସମୟରେ ଓ ପରେ SIS ପକ୍ଷରୁ ମିଳୁଥିବା ସୁବିଧା ସୁଯୋଗ ସମ୍ବନ୍ଧରେ ସୂଚନା ପ୍ରଦାନ କରିଥିଲେ। 12 ଅଗଷ୍ଟ 2024 ଠାରୁ ଆୟୋଜିତ ଏହି ଶିବିର 13 ଅଗଷ୍ଟ 2024 ରେ ନୂଆଗଡ, 14 ଅଗଷ୍ଟ 2024 ରେ ରାୟଗଡ଼,16ଅଗଷ୍ଟ 2024 ରେ ଆର୍ ଉଦୟଗିରି,17 ଅଗଷ୍ଟ 2024 ରେ ମୋହନା, 20 ଅଗଷ୍ଟ 2024 ରେ ଗୋଷାଣୀ, 21 ଅଗଷ୍ଟ 2024 ରେ କାଶୀନଗର ବ୍ଲକ କାର୍ଯ୍ୟଳୟ ଓ 22 ଅଗଷ୍ଟ 2024 ରେ ଜିଲ୍ଲା ନିୟୋଜନ କାର୍ଯ୍ୟଳୟ ଠାରେ ନିଯୁକ୍ତି ଶିବିର ଅନୁଷ୍ଠିତ ହେବାର ସୂଚନା ମିଳିଛି। ରିପୋର୍ଟ : ନିରୋଜ ଷଡ଼ଙ୍ଗୀ