ବୈଷ୍ଣବ ଚରଣ ପରିଡ଼ା ସ୍ମୃତି କମିଟି ତରଫରୁ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ….

ଭୁବନେଶ୍ୱର(ସମୃଦ୍ଧ ଓଡିଶା) ରାଜ୍ୟସ୍ତରୀୟ ବୈଷ୍ଣବ ଚରଣ ପରିଡ଼ା ସ୍ମୃତି କମିଟି ତରଫରୁ ଯୁବ ସମାଜସେବୀ ପଦ୍ମାକର ଗୁରୁଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ, ସାର୍ବଜନୀନ ଶ୍ରଦ୍ଧାଞ୍ଜଳି ସଭା ଭୁବନେଶ୍ୱର ସ୍ଥିତ ଜୟଦେବ ଭବନ ସଭାକକ୍ଷରେ ଅନୁଷ୍ଠିତ ହୋଇଯାଇଛି । ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ ଯୋଗଦେଇ ଓଡିଆଭାଷାର ସୁରକ୍ଷା ପାଇଁ ସାଥୀ ବୈଷ୍ଣବ ବାବୁ ସଦା ଅମର ହୋଇ ରହିବେ ବୋଲି ମତବ୍ୟକ୍ତ କରିଥିଲେ । ପ୍ରାକ୍ତନ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଫୁଲ୍ଲ ଘଡ଼େଇ ଯୋଗଦେଇ ସାମ୍ୟବାଦ ଓ ଗାନ୍ଧୀବାଦର ସମନ୍ୱୟର ମୂର୍ତିମନ୍ତ ପ୍ରତୀକ ବୈଷ୍ଣବ ବାବୁ ଥିଲେ ବୋଲି ବର୍ଣ୍ଣନା କରିଥିଲେ । ଓଡ଼ିଆ ଜାତି ଜଣେ ଲଢୁଆ ବୀର, ତ୍ୟାଗୀ ସନ୍ତାନକୁ ହରାଇଛି ବୋଲି ବିଧାୟକ ପ୍ରିୟଦର୍ଶୀ ମିଶ୍ର ମତବ୍ୟକ୍ତ କରିଥିଲେ । ‘ଓରିଶା’ରୁ ‘ଓଡ଼ିଶା’ କରିବାରେ ବୈଷ୍ଣବ ବାବୁଙ୍କ ଭୂମିକା  ଅତ୍ୟନ୍ତ ପ୍ରଣିଧାନପୂର୍ଣ୍ଣ ଥିଲାବୋଲି ପ୍ରାକ୍ତନ ମନ୍ତ୍ରୀ ପଂଚାନନ କାନୁନ୍ଗୋ କହିଥିଲେ । ଓଡ଼ିଆ ଭାଷାର ସୁରକ୍ଷା ପାଇଁ ବୈଷ୍ଣବ ବାବୁଙ୍କ ଅନବରତ ଉଦ୍ୟମ ଚିର ପ୍ରଶଂସନୀୟ ହୋଇ ରହିଥିବ ବୋଲି ଉକ୍ରଳ ଭାରତର ରାଜ୍ୟ ସଭାପତି ଐରଖାରବେଳ ସ୍ୱାଇଁ ମତବ୍ୟକ୍ତ କରିଥିଲେ । ସଂସଦୀୟ ପରମ୍ପରାକୁ ସମ୍ମାନ ଦେବାରେ ବୈଷ୍ଣବ ବାବୁ ଉପଯୁକ୍ତ ସାଂସଦ ଭାବରେ ଯେଉଁ ପରିଚୟ ସୃଷ୍ଟି କରିଛନ୍ତି, ଏହା ସଦାସର୍ବଦା ପ୍ରଶଂସନୀୟ ବୋଲି ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ବ୍ରଜକିଶୋର ତ୍ରିପାଠୀ ବର୍ଣ୍ଣନା କରିଥିଲେ । ଓଡ଼ିଆ ଜାତି ସତ କହିବାର ତୁଣ୍ଡ ଖୋଲିଲେ ମୁଣ୍ଡ ଗଡ଼େ, ମାତ୍ର ବୈଷ୍ଣବ ବାବୁ ଯେତେ ତୁଣ୍ଡ ଖୋଲିଥିଲେ ମଧ୍ୟ ତାଙ୍କ ମୁଣ୍ଡ ଗଡ଼ିବାରେ ବିଜେଡ଼ି ଦଳର ଶୀର୍ଷ ନେତୃତ୍ୱ ସାହସ ନ କରିବା ବୈଷ୍ଣବ ବାବୁଙ୍କ ଦକ୍ଷତାର ଜ୍ୱଳନ୍ତ ପ୍ରମାଣ ବୋଲି ପାରାଦୀପ ବିଧାୟକ ବରିଷ୍ଠ ନେତା ଦାମୋଦର ରାଉତ ମତବ୍ୟକ୍ତ କରିଥିଲେ । ସ୍ୱଚ୍ଛ, ସଚ୍ଚୋଟ ହାତଗଣତି ରାଜନେତାଙ୍କ ମଧ୍ୟରେ ବୈଷ୍ଣବ ବାବୁ ଥିଲେ ଅନନ୍ୟ ବୋଲି ବିଜେଡ଼ି ରାଜ୍ୟ କୋଷାଧ୍ୟକ୍ଷ ସୁବାସ ସିଂ ମତବ୍ୟକ୍ତ କରିଥିଲେ । ଶୋଷଣମୁକ୍ତ ସମାଜ ଗଢିବା ପାଇଁ ବୈଷ୍ଣବ ବାବୁଙ୍କ ଉଦ୍ୟମ ପ୍ରାତଃସ୍ମରଣୀୟ ବୋଲି ପ୍ରଦେଶ ମହିଳା କଂଗ୍ରେସ ସଭାନେତ୍ରୀ ସୁମିତ୍ରା ଜେନା ମତବ୍ୟକ୍ତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ସିପିଏମ୍ର ରାଜ୍ୟ ସମ୍ପାଦକ ଜନର୍ଦ୍ଧନ ପତି, ସନ୍ତୋଷ କୁମାର ଦାସ, ସିପିଆଇ ନେତା, ପ୍ରାକ୍ତନ ବିଧାୟକ ଏନ୍. ନାରାୟଣ ରେଡ଼ି, ନିଶା ନିବାରଣ ଅଭିଯାନର ନେତା ପ୍ରାକ୍ତନ ବିଧାୟକ ପଦ୍ମଚରଣ ନାୟକ, ସିପିଆଇ (ଏମ୍.ଏଲ୍) ନେତା ରାଧାକାନ୍ତ ସେଠି, ପ୍ରାକ୍ତନ ମନ୍ତ୍ରୀ ଗଣେଶ୍ୱର ବେହେରା, ସମାଜବାଦୀ ପାର୍ଟି  ରାଜ୍ୟ ସଭାପତି ରବି ବେହେରା, ନାରୀନେcରଞ୍ଜନ ଷଡ଼ଙ୍ଗୀ, ବରିଷ୍ଠ ସାମ୍ବାଦିକ ରବି ଦାସ ଓ ପ୍ରସନ୍ନ ମହାନ୍ତି, ବିଶିଷ୍ଟ ବୁଦ୍ଧିଜୀବି ଅର୍ଜୁନ ମହାକୁଡ଼, ପ୍ରଫେସର ଅଦ୍ୱୈତ ଚରଣ ପାତ୍ର, ବିଶିଷ୍ଟ ପ୍ରଶାସକ ନାରାୟଣ ଦାସ, ସୁଦର୍ଶନ ଦାସ, ଡଃ ତମସାରାଣୀ ମହାପାତ୍ର, ଭାଷାପ୍ରାଣ ସୁବାସ ପଟ୍ଟନାୟକ, ବିଶିଷ୍ଟ ସ୍ତମ୍ଭକାର ତୁଷାରକାନ୍ତ, ସମାଜସେବୀ ଅରୁଣ ଜେନା, ସରୋଜ ବିଶ୍ୱାଳ, ବିଜୟ ବେହେରା, ଆଲୋକ ଜେନା, କର୍ପୋରେଟ ନବକିଶୋର ବେହେରା, ଯୁବନେତା ଦେବାଶିଷ ମିଶ୍ର, ସାଗର ରଞ୍ଜନ ପରିଡ଼ା, ସ୍ୱର୍ଗତ ବୈଷ୍ଣବ ବାବୁଙ୍କ ସୁପୁତ୍ର ସୌମିତ ପରିଡ଼ା, ସୁପୁତ୍ରୀ ଲୁନିତା ବାରିକ, ଉଷାରାଣୀ ମହାନ୍ତି, ମନୋଜ ଜେନା, ସଂଯୁକ୍ତା ମହାନ୍ତି, ଅଶ୍ୱିନୀ ମିଶ୍ର, ଯାଦବ ନେତା ପ୍ରଫୁଲ୍ଲ ଦାସ, ଫରୱାର୍ଡ଼ ବ୍ଲକର ସମ୍ପାଦକ ଜ୍ୟୋତିରଞ୍ଜନ ମହାପାତ୍ର, ଦିଗମ୍ବର ବେହେରା, ହୃଷିକେଶ ମଲ୍ଲିକ, ପ୍ରଫୁଲ୍ଲ ଦାସ, ଅଶୋକ କୁମାର ଦାସ, ଯୁବନେତା ଆଲେକଜାଣ୍ଡର ଦାସ, ଭୁବନ ମହାନ୍ତି, ଯୁବନେତା ପ୍ରକାଶ ତ୍ରିପାଠୀ, ପ୍ରଶାନ୍ତ କୁମାର ଶତପଥୀ, ମିହିର ଦେବତା, ବିଜୟ କୁମାର ଦାସ, ସଚ୍ଚିକାନ୍ତ ପ୍ରଧାନ, ଆକବର ଶାହା, ମୀର ମହମ୍ମଦ ଅଲ୍ଲୀ, ଗୁଣନିଧି ବାବୁ, ପ୍ରଜ୍ଞା ପରିମିତା ପଟ୍ଟନାୟକ, ସମର କେଶରୀ ବାରିକ, ଯୁଗଳ ବାବୁଙ୍କ ସମେତ ବହୁ ବୁଦ୍ଧିଜୀବି, ଶିକ୍ଷାବିତ୍, ଗଣସଂଗଠନ, ଶ୍ରମିକ ପ୍ରତିନିଧି ଓ ସର୍ବୋପର ବୈଷ୍ଣବପ୍ରେମୀ ଭାଇଭଉଣୀମାନେ ସ୍ୱର୍ଗତ ବୈଷ୍ଣବ ଚରଣ ପରିଡ଼ାଙ୍କ ଉଦ୍ଧେଶ୍ୟରେ ଗଭୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଆଗାମୀ ଫେବୃୟାରୀ ୧୫ ତାରିଖ ବୈଷ୍ଣବ ବାବୁଙ୍କ ୭୮ତମ ଜୟନ୍ତୀ ପାଳନ ପୂର୍ବରୁ ଭୁବନେଶ୍ୱରରେ ସ୍ୱର୍ଗତ ବୈଷ୍ଣବ ବାବୁଙ୍କ ନାମରେ ଏକ ପାର୍କ ଓ ପ୍ରତିମୂର୍ତି ପ୍ରତିଷ୍ଠା ନିମନ୍ତେ ରାଜ୍ୟସ୍ତରୀୟ ସ୍ମୃତି କମିଟି ତରଫରୁ ପଦ୍ମାକର ଗୁରୁ ସମବେତ ସମସ୍ତ ରାଜନେତା, ବୁଦ୍ଧିଜିବୀଙ୍କ ନିକଟରେ ଦାବୀ ଉପସ୍ଥାପନା କରିଥିଲେ ବୈଷ୍ଣବବାବୁଙ୍କ ଶିଷ୍ୟ ମହେଶ୍ୱର ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

ରିପୋର୍ଟ : ଆକାଶ ମିଶ୍ର