ବୈଷ୍ଣବ ପରିଡାଙ୍କ ବିୟୋଗରେ ନବୀନ ସାହିତ୍ୟ ପ୍ରତିଷ୍ଠାନର ଶୋକ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ପୂର୍ବତନ ସାଂସଦ, ସାହିତ୍ୟିକ, ଓଡ଼ିଆ ଭାଷା ସୁରକ୍ଷା ସମ୍ମିଳନୀର ରାଜ୍ୟ ସଭାପତି, ସମାଜବାଦୀ ପ୍ରବକ୍ତା ବୈଷ୍ଣବ ପରିଡାଙ୍କ ବିୟୋଗରେ ଗଞ୍ଜାମ ଜିଲ୍ଲାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ନବୀନ ପାଠାଗାର ଓ ସାହିତ୍ୟ ପ୍ରତିଷ୍ଠାନ ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଛି । ଗତକାଲି ସ୍ଥାନୀୟ ନବୀନ ଭବନ ପରିସରରେ ପ୍ରତିଷ୍ଠାନର ସଭାପତି ତଥା ନବୀନର ସମ୍ପାଦକ ରବି ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶୋକ ସଭାରେ କାର୍ଯ୍ୟକାରୀ ସଭାପତି ଡା. ଶ୍ରୀବତ୍ସ ଦଳାଇ, ସମ୍ପାଦକ ଡା. ଚନ୍ଦ୍ରମଣି ସ୍ୱାଇଁ, ବରିଷ୍ଠ ଶିକ୍ଷାବିତ୍ କବି କୃଷ୍ଣଚନ୍ଦ୍ର ତ୍ରିପାଠୀ, ରାଜ୍ୟ ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ଅଜିତ କୁମାର ମହାପାତ୍ର, ବରିଷ୍ଠ ସାମ୍ବାଦିକ ବାଳକୃଷ୍ଣ ପଟ୍ଟନାୟକ, କବି କପିଳ ଚନ୍ଦ୍ର ମହାନ୍ତି, ଲେଖିକା ଜ୍ୟୋସ୍ନାରାଣୀ ସ୍ୱାଇଁ, ଯୁବ ସାହିତ୍ୟିକ ସୁଶାନ୍ତ କୁମାର କର, ସାମ୍ବାଦିକ ପବିତ୍ର କୁମାର ଚୌଧୁରୀ, ମଞ୍ଜୁ ରଥ, ମହେଶ୍ୱର ସେଠୀ, ସୂର୍ଯ୍ୟନାରାୟଣ ଦାଶ, ପ୍ରଦୀପ କୁମାର କର, ମାନସ ରଞ୍ଜନ ତ୍ରିପାଠୀ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ପରିଡାଙ୍କ ବହୁମୁଖୀ ପ୍ରତିଭା ସମ୍ପର୍କରେ ଆଲୋଚନା କରିବା ସହ ଓଡିଶା ଜଣେ ବିଶିଷ୍ଟ ରାଜନେତା, ସାହିତ୍ୟିକ, ସମାଜସେବୀଙ୍କୁ ହରେଇଲା ବୋଲି କହିଥିଲେ । ଶୋକ ସନ୍ତପ୍ତ ପରିବାର ପ୍ରତି ସମବେଦନା ଜ୍ଞାପନ କରାଯିବ ସହ ଆମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନୀରବ ପାର୍ଥନା କରାଯାଇଥିଲା ।

ରିପୋର୍ଟ : ରବି ରଥ