

ଢେଙ୍କାନାଳ (ସମୃଦ୍ଧ ଓଡିଶା) ସ୍ଥାନୀୟ ଶତାୟୁ ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳରେ ପରିବେଶ ଓ ଜୀବଜନ୍ତୁଙ୍କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆଜିର ଛାତ୍ରଛାତ୍ରୀଙ୍କୁ ଆଗାମୀ ପିଢ଼ିର ସଫଳ ରୂପାୟନ ଦେବାକୁ ଏକ ଅନୁକୂଳ, ସହଯୋଗୀ ଓ ସୃଜନ ପରିବେଶ ସୃଷ୍ଟି କରି ଆରମ୍ଭ ହୋଇଛି ‘ମୋ ସ୍କୁଲ ଅଭିଯାନ’। ବିଭିନ୍ନ ସ୍କୁଲର ପୁରାତନ ଛାତ୍ରଛାତ୍ରୀଙ୍କୁ ନେଇ ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି କରିବା ପାଇଁ ଏକ ସହଯୋଗମୂଳକ ମଞ୍ଚ ଗଠନ କରି ଏହାକୁ ସଫଳ କରିବା ହେଉଛି ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ । ଏହି ମହତ ଉଦ୍ଦେଶ୍ୟରେ ଇତିହାସ ରଚିଛି ଢେଙ୍କାନାଳ ଜିଲ୍ଲାର ଶତାୟୁ, ଶିକ୍ଷାନୁଷ୍ଠାନ ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳ । ଆରମ୍ଭ ହୋଇଛି ପରିବେଶ ଓ ଜୀବଜନ୍ତୁଙ୍କ ସୁରକ୍ଷା ନେଇ ପାଠ୍ୟକ୍ରମ ପ୍ରଚଳନ ପାଇଁ ସଚେତନତା ମୂଳକ କାର୍ଯ୍ୟକ୍ରମ । ଏଭଳି ଏକ ଇତିହାର ପୃଷ୍ଠାକୁ ରଚନା କରିଛନ୍ତି ସେହି ବିଦ୍ୟାଳୟର ପୁରାତନ ଛାତ୍ର ଶୁଭ୍ରାଂଶୁ ଶତପଥୀ । ଶୁଭ୍ରାଂଶୁ ଜଣେ ଯୁବ ପରିବେଶବିତ୍ ଭାବେ ଖୁବ ଜଣାଶୁଣା ଥିବା ବେଳେ ସେ ନିର୍ମାଣ କରିଥିବା ପରିବେଶ ଭିତ୍ତିକ ଚଳଚିତ୍ର ନିମନ୍ତେ ତାଙ୍କୁ ମିଳିଛି ବହୁ ଜାତୀୟ ଓ ଆନ୍ତର୍ଜାତୀୟ ପୁରସ୍କାର, ଏପରି ପରିବେଶ ପ୍ରତି ତାଙ୍କର ଅବଦାନ ନିମନ୍ତେ ତାଙ୍କୁ ପୁରସ୍କୃତ କରିଛି ଜାତିସଙ୍ଘ । ତେବେ, ବିଦ୍ୟାଳୟର ବର୍ତ୍ତମାନର ପ୍ରଧାନ ଶିକ୍ଷୟିତ୍ରୀ ବ୍ରହ୍ମୋତ୍ରୀ ବିଶ୍ୱାଳଙ୍କ ମାର୍ଗଦର୍ଶନ ଓ ପ୍ରେରଣାରେ ବିଦ୍ୟାଳୟର ଶିକ୍ଷକ ଡ଼ା ଦେବୀପ୍ରସାଦ ମିଶ୍ରଙ୍କ ପ୍ରତ୍ୟକ୍ଷ ମାର୍ଗଦର୍ଶନ ସହଯୋଗରେ ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳରେ, ଖରାଦିନେ ସହରାଞ୍ଚଳରେ ଉପୁଜୁଥିବା ପକ୍ଷୀଙ୍କ ଜଳ ସଙ୍କଟ ନେଇ ଏକ ସଚେତନତା ୱାର୍କସପ କରିଛନ୍ତି ଶୁଭ୍ରାଂଶୁ । ତେବେ, ଏହି କାର୍ଯ୍ୟକ୍ରମ ଆଗକୁ ଜାରିରହିବା ସହ ପରିବେଶ ଏବଂ ଜୀବଜନ୍ତୁଙ୍କ ସୁରକ୍ଷା ନିମନ୍ତେ ବହୁ ସଚେତନତା ମୂଳକ ୱାର୍କସପ କରାଯିବ ବୋଲି ବିଦ୍ୟାଳୟ ପକ୍ଷରୁ ସୂଚନା ଦିଆ ଯାଉଛି । ତେବେ, ବିଭିନ୍ନ ବିଦ୍ୟାଳୟରେ ପୁରାତନ ଛାତ୍ରଛାତ୍ରୀଙ୍କୁ ନେଇ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଥିବା ବେଳେ ଏଭଳି ପରିବେଶ ଏବଂ ଜୀବଜନ୍ତୁଙ୍କ ସୁରକ୍ଷା ନିମନ୍ତେ ଏଭଳି ସଚେତନତା ୱାର୍କସପ ରାଜ୍ୟରେ ପ୍ରଥମ ବୋଲି ଜଣାଯାଇଛି । ଅନ୍ୟପକ୍ଷରେ ପରିବେଶ ଏବଂ ଜୀବଜନ୍ତୁଙ୍କ ସୁରକ୍ଷାକୁ ନେଇ ଏହି ପାଠ୍ୟକ୍ରମ ପ୍ରଚଳନ ପାଇଁ ସଚେତନତା କାର୍ଯ୍ୟକ୍ରମ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ପରିବେଶବିତ୍ ହେବାକୁ ପ୍ରୋତ୍ସାହନ ଯୋଗାଇବ ବୋଲି ଆଶା କରାଯାଉଛି । ସେଥିପାଇଁ ବିଦ୍ୟାଳୟର ବର୍ତ୍ତମାନର ପ୍ରଧାନ ଶିକ୍ଷୟିତ୍ରୀ ବ୍ରହ୍ମୋତ୍ରୀ ବିଶ୍ୱାଳ, ବିଜୟରଶ୍ମି ମିଶ୍ର, ଡ଼ା.ଦେବୀ ପ୍ରସାଦ ମିଶ୍ର, ଡ଼ଃ ଅନୁପମା ମିଶ୍ର, ସୁରେଶ କୁମାର ପଣ୍ଡା, ଦେବରାଜ ରାଉତ, ଇତିଶ କୁମାର ବରାଳ, ସୁଭାଷ କୁମାର ନନ୍ଦ, ଧ୍ୟାନଚାନ୍ଦ ମିଶ୍ର, ସ୍ଵର୍ଣମୟୀ ଶତପଥୀ, ସୁନିତାବାଳା ଷଡ଼ଙ୍ଗୀ, କିଶୋର ଚନ୍ଦ୍ର ସାମଲ, ସ୍ୱାଗତିକା ରଥ, ସୁଜାତା ପଣ୍ଡା, ଅନୁପମା ପଣ୍ଡା, କ୍ଷୀରାବଧିତନୟା ମହାପାତ୍ର, ସୁଚିତ୍ରା ସାହୁ,ସୁବ୍ରତ ମିଶ୍ର,ରଶ୍ମୀ ହୋତା, କଳ୍ପନା ବାରିକ, ବବିତା ଲେଙ୍କା,ଶୁଭଶ୍ରୀ ଦେବସ୍ମିତା ରାଉତ, ସୁଜିତ କୁମାର ବାରା, ବବିତା ଦାସ, ସୁବ୍ରତ ସ୍ୱାଇଁ, ପ୍ରଭାତ ପ୍ରଧାନ, ବାସୁଦେବ ରଣା, ମମତା ବେହେରା, ରୁଦ୍ରାକ୍ଷ ଗଡନାୟକ, ସନ୍ତୋଷ ଜେନା, ନରହରି ଗୋଛାୟତ ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀ, କର୍ମଚାରୀ ବୃନ୍ଦ ଓ ଛାତ୍ରୀଛାତ୍ର ବୃନ୍ଦ ଏହିଭଳି ଜୀବେ ଦୟା ଓ ପରିବେଶ ସଚେତନତା କାର୍ଯ୍ୟକ୍ରମରେ ସମସ୍ତେ ସାମିଲ ହେବାକୁ ଶପଥ କରିଛନ୍ତି । ପରିଶେଷରେ ବିଦ୍ୟାଳୟର ସହକାରୀ ଶିକ୍ଷକ ଡା. ଦେବୀ ପ୍ରସାଦ ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।


