
ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆଇଟିଆଇରେ ୪ ଦିନ ଅନୁଷ୍ଠିତ ହୋଇଥିବା ରିଜିଓନାଲ ସ୍ତରୀୟ ଆଇଟିଆଇ ପେଷ୍ଟ ଉଦଯାପିତ ହୋଇଯାଇଛି । ବ୍ରହ୍ମପୁର ଆଇଟିଆଇ ଅଧ୍ୟକ୍ଷ ଡ଼. ରଜତ କୁମାର ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦଯାପନୀ ଉତ୍ସବରେ ହିଞ୍ଜିଳିକାଟୁ ଆଇଟିଆଇ ଅଧ୍ୟକ୍ଷ ମନ୍ମଥ କୁମାର ମାଝୀ, ଟେକ୍ନୋ ଆଇଟିଆଇ ଅଧ୍ୟକ୍ଷ ରଜନୀ ପାତ୍ର, ଦିଗପହଣ୍ଡି ଆଇଟିଆଇ ଅଧ୍ୟକ୍ଷ ଜୟନ୍ତ ବାବୁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଏଥିରେ ଗଞ୍ଜାମ ଗଜପତି ଜିଲ୍ଲାର ୩୦ ସରକାରୀ ଓ ବେସରକାରୀ ଆଇଟିଆଇର ୮୦୦ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିଲେ । ଏହି ଫେଷ୍ଟ ବାଳକ ବର୍ଗରେ ଅନୁଷ୍ଠିତ ଫୁଟବଲ, କବାଡି, ଖୋଖୋ, ଭଲିଭଲ, ବ୍ୟାଡମିଣ୍ଟନରେ ବ୍ରହ୍ମପୁର ଆଇଟିଆଇ ଚାମ୍ପିୟନ ହୋଇଥିବା ବେଳେ କ୍ରିକେଟରେ ପୁରୁଷୋତ୍ତମପୁର ଆଇଟିଆଇ ବିଜେତା ହୋଇଛି । ସେହିପରି ବାଳିକା ବର୍ଗରେ ଅନୁଷ୍ଠିତ ବ୍ୟାଡମିଣ୍ଟନ ଟୁର୍ନାମେଣ୍ଟରେ ହିଞ୍ଜିଳିକାଟୁ ଆଇଟିଆଇଟି ବିଜେତା ହୋଇଛି । ଏଥିସହ ବିଭିନ୍ନ ବର୍ଗରେ ଦୌଡ଼କୁଦ, ନୃତ୍ୟ, ସଙ୍ଗୀତ, କୁଇଜ, ବକୃତା, ପ୍ରବନ୍ଧ ପ୍ରଭୁତି ୫୫ ପ୍ରତିଯୋଗିତାରେ ଭାଗନେଇ ୧୫୦ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ରାଜ୍ୟସ୍ତରୀୟ ଆଇଟିଆଇ ଫେଷ୍ଟରେ ଭାଗନେବାକୁ ମନୋନୀତ ହୋଇଛନ୍ତି । ଏହି ଅବସରରେ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ଏହି ପ୍ରତିଯୋଗୀମାନେ ଆସନ୍ତା ଫେବୃୟାରୀରେ ଭୁବନେଶ୍ୱରରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଆଇଟିଆଇ ଫେଷ୍ଟରେ ଭାଗନେବେ ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଫେଷ୍ଟିଭଲରେ ୧୦ ଅଫିସିଆଲଙ୍କ ସମେତ ଆଇଟିଆଇର କର୍ମକର୍ତ୍ତା ସହଯୋଗ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା






