ବ୍ରହ୍ମପୁର (ସମୃଦ୍ଧ ଓଡିଶା) ମହିଶୁର ସ୍ଥିତ ଭାରତୀୟ ଭାଷା ସମୂହର କେନ୍ଦ୍ରୀୟ ଅନୁଷ୍ଠାନର ପ୍ରୟୋଜନାରେ ଆଇଡି.ଆର.ଏସ ବ୍ରହ୍ମପୁର ଓ ପୂଜ୍ୟପୂଜା ସାହିତ୍ୟ ସଂସଦ, ଭୁବନେଶ୍ୱରଙ୍କ ମିଳିତ ଅନୁକୁଲ୍ୟରେ ଉପରେ ଏକ ଆଲୋଚନା ଚକ୍ର ‘ଓଡିଶା ଭାଷା ସାହିତ୍ୟକୁ ଗଞ୍ଜାମର ଅବଦାନ’ ଗତକାଲି ବ୍ରହ୍ମପୁର ସ୍ଥିତ ରାଜସ୍ୱ ଡ଼ିଭିଜନାଲ କମିଶନରଙ୍କ ସମ୍ମିଳନୀ କକ୍ଷରେ ଏକ ଶୀର୍ଷକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ସମ୍ମିଳନୀର ପ୍ରାରମ୍ବିକ ଉଦଘାଟନୀ ଉଚ୍ଛବର କାର୍ଯ୍ୟକ୍ରମକୁ ଭୁବନେଶ୍ୱର ସ୍ଥିତ କିସ ବିଶ୍ୱବିଦ୍ୟାଳୟରରୁ ଡ଼ଃ. ବସନ୍ତ କୁମାର ପଣ୍ଡା ଅଧ୍ୟକ୍ଷାତାର ଦାୟିତ୍ୱ ନିର୍ବାହ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ପ୍ରାକ୍ତନ ମନ୍ତ୍ରୀ ତଥା ଗୋପାଳପୁର ବିଧାୟକ ଡ଼ଃ. ପ୍ରଦୀପ କୁମାର ପାଣିଗ୍ରାହୀ ଏବଂ ସମ୍ମାନିତ ଅତିଥି ରୂପେ କବିସୂର୍ଯ୍ୟ ନଗର ବିଧାୟିକା ଶ୍ରୀମତୀ ଲତିକା ପ୍ରଧାନ, ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ଛତ୍ରପୁର ବିଧାୟକ ଶ୍ରୀଯୁକ୍ତ ସୁବାଷ ଚନ୍ଦ୍ର ବେହେରା, ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ପୂର୍ବତନ ଉପ ବାଚସ୍ପତି ରାମଚନ୍ଦ୍ର ପଣ୍ଡା, ଶ୍ରୀମତୀ ସ୍ନେହଲତା ପଣ୍ଡା, ଉପଦ୍ଦକ୍ଷା, ଗଞ୍ଜାମ ଜିଲ୍ଲା ପରିଷଦ, ଅଭୟକାନ୍ତ ପାଠକ, ଆଇ.ଏଫ.ଏସ ଅତିରିକ୍ତ ପି.ସି.ସି.ଏଫ. ଓଡିଶା, ସୁବାଷ ଚନ୍ଦ୍ର ମହାରଣା, ପୂର୍ବତନ ବିଡିଏ ଅଧ୍ୟକ୍ଷ ଜୟଗ୍ରୀବ ତ୍ରିପାଠୀ, ଅଧ୍ୟକ୍ଷ ଆଇଏସଆରଡି ମହେଶ୍ୱର ବରାଡ଼, ସମ୍ପାଦକ ପୂଜ୍ୟପୂଜା ସାହିତ୍ୟ ସଂସଦ, ଭୁବନେଶ୍ୱର ଓ ସୁଧୀର ସାବତ, ନିର୍ଦ୍ଦେଶକ ଆଇଏସଆରଡି ଯୋଗଦାନ କରି କାର୍ଯ୍ୟକ୍ରମର ସଭା ମଣ୍ଡିତ କରିଥିଲେ । ଏହି କାର୍ଯ୍ୟକ୍ରମର ଦ୍ଵିତୀୟ ଅଧିବେଶନରେ ବିଶିଷ୍ଟ ଶିକ୍ଷାବିତ୍ ଡ଼ଃ ଲମ୍ବୋଦର ପାଣିଗ୍ରାହୀ ଅଧ୍ୟକ୍ଷତା କରିଥିଲେ । ଆଲୋଚକ ଭାବେ ବିଶିଷ୍ଟ ଗବେଷକ ତଥା ଐତିହାସିକ ଡ଼ଃ ଅନନ୍ତରାମ କର କୋୖଣ୍ଡନ୍ୟ ‘ଗଞ୍ଜାମର ଐତିହ ଓ ପରମ୍ପରା’, ଓଡ଼ିଆ ବିଭାଗ, ଖଲ୍ଲିକୋଟ ସ୍ୱୟଂ ଶାସିତ ମହାବିଦ୍ୟାଳୟର ସହକାରୀ ପ୍ରଫେସର ଶ୍ରୀମତୀ ବିଦ୍ୟୁତ ପ୍ରଭା ସାହୁ, ‘ପ୍ରାଚିନ ଓ ମଧ୍ୟ ଯୁଗର ଓଡ଼ିଆ ସାହିତ୍ୟକୁ ଗଞ୍ଜାମର ଅବଦାନ’ ତଥା ଫୁଲବାଣୀ ସ୍ଥିତ ସରକାରୀ ମହାବିଦ୍ୟାଳୟର ଅଧ୍ୟାପକ ଡ଼ଃ ସୁଜିତ କୁମାର ପଣ୍ଡା ‘ଗଞ୍ଜାମ ଭାଷା ଓ ଗୌରବ’ ସମ୍ବନ୍ଧରେ ବିଶେଷ ଓ ବିସ୍ତୁତ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମକୁ ସିମିଲିଗୁଡା ମହାବିଦ୍ୟାଳୟର ବରିଷ୍ଠ ଅଧ୍ୟାପିକା ଡ଼ଃ ଝାନ୍ସୀ ସିଂହ ସଂଯୋଜିକ ଭାବେ ଦାଇତ୍ୱ ନିର୍ବାହ କରିଥିଲେ । ଉଦଯାପନୀ ଅଧିବେଶନରେ ଖଲ୍ଲିକୋଟ କ୍ଲଷ୍ଟର ବିଶ୍ୱ ବିଦ୍ୟାଳୟର ପ୍ରାକ୍ତନ କୁଳପତି ଡ଼ଃ ମନ୍ମଥ ପାଢ଼ୀଙ୍କ ସଭାପତିତ୍ୱରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ରୂପେ ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟର ରେଜିଷ୍ଟ୍ରର ରଞ୍ଜନ କୁମାର ବିଶ୍ୱାଳ ଓ ଆଲୋଚକ ଭାବେ ଲୋକ ସଂସ୍କୃତି ଗବେଷକ ଡ଼ଃ ବାୟାମନୁ ଚର୍ଜି, ପଶ୍ଚିମବଙ୍ଗ ସ୍ଥିତ ବିଶ୍ୱ ଭାରତୀ ବିଶ୍ୱ ବିଦ୍ୟାଳୟ, ଶାନ୍ତି ନିକେତନର ଅଧ୍ୟାପକ ଡ଼ଃ ଶରତ କୁମାର ଜେନା, ମହାରାଡ଼ କୃଷ୍ଣ ଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟର ଚକ୍ଷୁ ବିଶେଷଜ୍ଞ ତଥା ସାହିତ୍ୟିକ ଡ଼ଃ ରାଜେନ୍ଦ୍ର କୁମାର ବେହେରା ଓ ପ୍ରଫେସର ଡ଼ଃ ଶିବ ପ୍ରସାଦ ପଟ୍ଟନାୟକ, ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟ ରାଜନୀତି ବିଜ୍ଞାନ ବିଭାଗ, ସହକାରୀ ପ୍ରଫେସର ଡ଼ଃ ଦାଶରଥି ଭୂୟାଁ, ନରେନ୍ଦ୍ରପୁର ମହାବିଦ୍ୟାଳୟ ଅଧ୍ୟାପକ ଡ଼ଃ ହୃଷିକେଶ ପଣ୍ଡା, ସାହିତ୍ୟିକ ଡ଼ଃ ଚନ୍ଦ୍ରମଣି ସ୍ୱାଇଁ, ଗଞ୍ଜାମର ଲୋକ ସାହିତ୍ୟ ଓ ଆଧୁନିକ ଯୁଗରେ ଓଡ଼ିଆ ସାହିତ୍ୟକୁ ଗଞ୍ଜାମର ଅବଦାନ ଆଲୋଚନାରେ ସ୍ଥାନ ପାଇଥିଲା । କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଓ କବିସୂର୍ଯ୍ୟ ବଳଦେବ ରଥଙ୍କ ଉପରେ ଅଧିକ ଗବେଷଣା ଓ ଜାତୀୟ ସ୍ତରରେ ଆଲୋଚନା ଚକ୍ର ଅନୁଷ୍ଠିତ ନିମନ୍ତେ ମତ ପ୍ରକାଶ ପାଇଥିଲା । ସୁବଳୟା ମହାବିଦ୍ୟାଳୟର ଅଧ୍ୟାପିକା ଶ୍ରୀମତୀ ଜ୍ୟୋତ୍ସା କୁମାରୀ ପ୍ରଧାନ ସଂଯୋଜନା କରିଥିଲେ ଓ ଶିକ୍ଷାବିତ ଡ଼ଃ ଦେବୀ ପ୍ରସାଦ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଗଞ୍ଜାମର ବହୁ ଅଧ୍ୟାପକ ଓ ବୁଦ୍ଧିଜୀବୀ ଯୋଗଦାନ କରିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା