

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆଜି ବ୍ରହ୍ମପୁରରେ ଜିଲ୍ଲା କଂଗ୍ରେସ ପକ୍ଷରୁ ସାଂଗଠନିକ କର୍ମଶାଳା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଏକ ରାଲି ଅନୁଷ୍ଠିତ କରାଯାଇଥିଲା । ଏହି ରାଲିରେ କଂଗ୍ରେସ କର୍ମୀ ଓ ପୁରୁଖା ନେତାମାନେ ମିଳିତ ହୋଇ ସମର୍ଥନଙ୍କ ସହ ବାପୁଜୀ ଆଶ୍ରମରେ ପହଞ୍ଚି ଗଞ୍ଜାମ ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ଜୟପୁର ବିଧାୟକ ତାରାବାହିନି ପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କର୍ମଶାଳା ବୈଠକରେ ଅଂଶ ଗ୍ରହଣ କରିଥିଲେ । ଏହି ବୈଠକରେ କଂଗ୍ରେସ କମିଟି ଗଠନ କିପରି କରାଯିବ ଏବଂ ରାଜ୍ୟ ଓ ଜିଲ୍ଲା ଭାଙ୍ଗି ଥିବାକୁ ପୁଣି ଥରେ କର୍ମୀଙ୍କୁ ନେଇ ସଜାଡିବାକୁ କିପରି କଂଗ୍ରେସକୁ ସୁଦୃଢ କରିବ ତାହା ଆଲୋଚନା କରାଯାଇଥିଲା । ନୁଆ ନାମ ସଂଗ୍ରହ ଓ ଅସ୍ତାୟୀ ନେତାମାନେ ଆସି ସୁପାରିଶ କରିଥିଲେ । ପ୍ରତି ବ୍ଲକ ଓ ନିର୍ବାଚନ ମଣ୍ଡଳୀର ନେତା କାହାକୁ ଜିଲ୍ଲା ସଭାପତି କରିବାକୁ ଚାହୁଁଛନ୍ତି ଲିଖିତ ଭାବେ ଜଣାଇବା ପାଇଁ ବିଧାୟକ ତାରାବାହିନି ପତି ନାମ ସଂଗ୍ରହ କରିଥିଲେ । ଏହାସହ କହିଥିଲେ ଯେ କଂଗ୍ରେସ ଗଣତନ୍ତ୍ର ଉପରେ ବିଶ୍ୱାସ କରେ ପରବର୍ତ୍ତୀ ସମୟରେ ଯେପରି କର୍ମୀ ଓ ସମର୍ଥନ ମାନେ ନିଜ କଥାରୁ ଅହରି ନଯିବେ । ଏହି ଜିଲ୍ଲାରୁ ୫ ଥର ନିର୍ବାଚିତ ହୋଇଥିବା ମୁଖ୍ୟମନ୍ତ୍ରୀ କଣ ବିକାଶ କରିଛନ୍ତି ତାହା ସମାଲୋଚନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ରମେଶ ଜେନା, କାର୍ଯ୍ୟକାରୀ ସଭାପତି ପୀତବାସ ପଣ୍ଡା, ଭୋକାଲି ସେଠୀ, ଛତ୍ରପୁର କଂଗ୍ରେସ ନେତା ଭାଗିରଥି ବେହେରା, ଶମ୍ବୁନାଥ ପାଣିଗ୍ରାହୀ, ବିଜୟ କୁମାର ସାହୁ, ଦେବି ବିଷୋୟୀ, ଗୋପାଳପୁର ବିଧାୟକ ପ୍ରାର୍ଥୀ ଧର୍ମ ରାଜୁ ରେଡ୍ଡୀଙ୍କ ସମେତ ବହୁ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ ।
ରିପୋର୍ଟ : ଦକ୍ଷିଣାଞ୍ଚଳ ବ୍ୟୁରୋ ଚିଫ ନିମାଇଁ ଚରଣ ପଣ୍ଡା






