ବ୍ରହ୍ମପୁର (ସମୃଦ୍ଧ ଓଡିଶା) ସ୍ଥାନୀୟ ୱାଇ.ଡ଼ବ୍ଲ୍ୟ.ସିଏ ବ୍ରହ୍ମପୁର ମହିଳା ସଂଗଠନ ଅନୁକୁଲ୍ୟରେ ସ୍ଥାନୀୟ ଖଲ୍ଲିକୋଟ କଲେଜ ଷ୍ଟାଡିୟମ ପରିସରରୁ ଆଜି ଏକ ମାରାଥନ ଦୌଡ଼ର ଆୟୋଜନ କରାଯାଇଥିଲା । “ନାରୀ ସୁରକ୍ଷା ନିମନ୍ତେ ଦୌଡ” ହେଉଛି ଏହି ମାରାଥାନର ଉଦ୍ଦେଶ୍ୟ । ବିଭିନ୍ନ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀ ଏବଂ ସାଧାରଣ ଜନତା ଏହି ଦୌଡରେ ଅଂଶ ଗ୍ରହଣ କରି ସହରର ବିଭିନ୍ନ ବ୍ଲକ ମଧ୍ୟ ଦେଇ ଦୌଡ ମାଧ୍ୟମରେ ନାରିସୁରକ୍ଷା ସଚେତନତାର ବାର୍ତ୍ତା ବିତରଣ କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ବିଧାୟକ ଡ଼ଃ. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ବିଡିଏ ଅଧ୍ୟକ୍ଷ ସୁବାଷ ମହାରଣା, ବିଶିଷ୍ଟ ଓକିଲ ତଥା ଗଂଜାମ ଜିଲ୍ଲା କଂଗ୍ରେସର କାର୍ଯ୍ୟକାରୀ ସଭାପତି ଦୀପକ ପଟ୍ଟନାୟକ, ଡ଼ିଏସପି ସାନ୍ତା ସାମୋଦ ଅଧ୍ୟକ୍ଷା ଲିନାଚାନ୍ଦ ଓ ଯୁବା ସଦସ୍ୟାମାନେ ଅଂଶ ଗ୍ରହଣ କରିଥିଲେ । ଏହି ଦୌଡରେ କୃତକାର୍ଯ୍ୟ ହୋଇଥିବା ପ୍ରଥମ ୪ ଜଣ ପ୍ରତିଯୋଗୀଙ୍କୁ ସମ୍ବର୍ଦ୍ଧନା ଦିଆଯିବା ସହ କଲେଜ ଓ ସ୍କୁଲର ଜନଙ୍କୁ ମଧ୍ୟ ମାନପତ୍ର ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯକ୍ରମରେ ପୂର୍ବତନ ମନ୍ତ୍ରୀ ଚନ୍ଦ୍ର ଶେଖର ସାହୁ, ଏସଏମଆଇଟି ର ଅଧ୍ୟକ୍ଷ ଭଗବାନ ଗନ୍ତାୟତ, ଡ଼ିଏସପି ସାନ୍ତା ସାମୋଦ, ଯୁବ ବିଲଡର୍ସ ଚନ୍ଦ୍ରଶେଖର ଗୌଡ଼, ଅମୃତ ସେଠି, ମହିଳା ଯୁବ ବିଜେଡି ନେତ୍ରୀ ସଂଘମିତ୍ରା ଦଳେଇ ଓ ଖଲ୍ଲିକୋଟ କଲେଜ ଅଧ୍ୟାପକ ପ୍ରମୁଖ ମଞ୍ଚାସିନ ରହି ନାରୀ ସଶକ୍ତିକରଣ ଏବଂ ନାରୀ ସୁରକ୍ଷା ଉପରେ ଆଲୋକପାତ କରିଥିଲେ । ନାରୀ ନିଜେ ନିଜର ସୁରକ୍ଷା କବଚ ହେବା ଆବଶ୍ୟକ ବୋଲି ଡ଼ିଏସପି ସାନ୍ତା ସାମୋଦ ମତବ୍ୟକ୍ତ କରିଥିଲେ । ସରକାରଙ୍କ ବିଭିନ୍ନ ନାରୀ ଉନ୍ନତିମୂଳକ ପ୍ରକଳ୍ପ ବିଷୟରେ ପୂର୍ବତନ ମନ୍ତ୍ରୀ ଚନ୍ଦ୍ର ଶେଖର ସାହୁ ଉପସ୍ଥାପନା କରି YWCA କୁ ଆହୁରି ଅଧିକ ମହିଳା ସଶକ୍ତିକରଣ ଦିଗରେ ଆଗେଇ ଆସିବାକୁ ଆହ୍ୱାନ ଦେଇଥିଲେ ।
ରିପୋର୍ଟ : ନିମାଇଁ ଚରଣ ପଣ୍ଡା