

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆଜି ପବିତ୍ର ରଥଯାତ୍ରା । ଏହି ଅବସରରେ ବିଭିନ୍ନ ସହରରେ ରଥଯାତ୍ରା ପାଳନ କରାଯାଇଥିବା ବେଳେ ବ୍ରହ୍ମପୁରରେ ରଥ ଯାତ୍ରା ପାଳନ ଅବସରରେ ବ୍ରହ୍ମପୁର ନବ ନିର୍ବାଚିତ ବିଧାୟକ ବିକ୍ରମ କୁମାର ପଣ୍ଡା, ପୂର୍ବତନ ବିଧାୟକ ଡ଼. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଓ ବିଡିଏ ଅଧ୍ୟକ୍ଷ ସୁବାଷ ମହାରଣା ଅଂଶ ଗ୍ରହଣ କରିଥିବା ଦେଖିବାକୁ ମିଳିଛି । ଏହାସହ ବହୁ ବରିଷ୍ଠ ବ୍ୟକ୍ତିମାନେ ମଧ୍ୟ ଯୋଗ ଦେଇଛନ୍ତି । ବ୍ରହ୍ମପୁରର ବିଭିନ୍ନ ଜଗନ୍ନାଥ ମନ୍ଦିରରେ ରଥ ଯାତ୍ରା ପାଳନ କରାଯାଇ ତିନି ରଥକୁ ଗୁଣ୍ଡିଚା ମନ୍ଦିରରେ ପହଞ୍ଚାଇ ଦିଆଯାଇଛି । ସେଠାରେ ତିନି ଠାକୁରଙ୍କ ପୂଜା ଅର୍ଚ୍ଚନା ପାଉଛନ୍ତି । ବାହୁଡା ପର୍ଯ୍ୟନ୍ତ ତିନି ଠାକୁର ସେଠାରେ ପୂଜା ପାଇବେ । ରଥ ଟଣା କାର୍ଯ୍ୟକ୍ରମରେ ବହୁ ଭକ୍ତଙ୍କ ଭିଡ ଜମିଥିଲା । ଶାନ୍ତି ଶୃଙ୍ଖଳାର ସହ ରଥ ଟଣା ସରିଛି । ଭକ୍ତଙ୍କ ତିନି ଠାକୁରଙ୍କ ଦର୍ଶନ ନିମନ୍ତେ ଭିଡ଼ ଲାଗି ରହିଛି । ବାହୁଡା ଦିନ ନିଜ ମନ୍ଦିରକୁ ପୁଣି ଫେରିବେ ତିନି ଠାକୁର ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା
