



ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲାରେ ଡାକ୍ତର ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଏହି ଦିବସକୁ ଗଂଜାମ ଜିଲ୍ଲା ବିଜୁ ପଟ୍ଟନାୟକ ସିନିଅର ସିଟ୍ ଜେନ୍ ଫୋରମସ୍, ବ୍ରହ୍ମପୁର ତରଫରୁ ବରିଷ୍ଠ ନାଗରିକ ମାନଙ୍କ ସହଯୋଗରେ ଆଜି ଆଇ.ଏମ ହାଉସରେ ପାଳନ କରାଯାଇଛି । ଏଥିରେ ଡ.ନାଗେଶୋର ରାଓ ସୁବୁଦ୍ଧି ଆୟୋଜନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ କ୍ୟାମ୍ପ କରାଯାଇ ବିଭିନ୍ନ ପରିକ୍ଷା କରାଯିବା ସହ ସଚେତନ କରାଯାଇଛି । ଏହି ଅବସରରେ ରୁବି ଆଖି ହସ୍ପିଟାଲକୁ ଧନ୍ୟବାଦ ଅର୍ପଣ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବହୁ ବରିଷ୍ଠ ନାଗରିକମାନେ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା
















