ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ମହାନଗର ନିଗମର ଗୋଷାଣୀନୂଆଗାଁ ଓ ବିଜିପୁର ୫ ନଂ ୱାର୍ଡରେ ବିଜେଡିର ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ପଦଯାତ୍ରାରେ ୱାର୍ଡ ନଂ ୨୪, ୨୫, ୨୬, ୨୭ ଓ ୨୮ର ବହୁ ଲୋକ ସାମିଲ ହୋଇଥିଲେ । ମହିଳା ବିଜେଡି ଜିଲ୍ଲା ସଭାନେତ୍ରୀ ତଥା ୨୪ ନଂ ୱାର୍ଡର ପୂର୍ବତନ କର୍ପୋରେଟର ସଂଘମିତ୍ରା ଦଳାଇ ବିଜିପୁର ଅଞ୍ଚଳର ସାହି ଗୁଡିକରେ ହୋଇଥିବା ଜନ ସମ୍ପର୍କ ପଦଯାତ୍ରାର ନେତୃତ୍ୱ ନେଇଥିବା ବେଳେ ୨୫ ନଂ ୱାର୍ଡ ପୂର୍ବତନ କର୍ପୋରେଟର ମମତା ରାଣୀ ରାୟ କର୍ମୀଙ୍କ ସହ ସାମିଲ ହୋଇ ନିଜ ଅଞ୍ଚଳରେ ବୁଲି ଜନ ସମ୍ପର୍କ ପଦଯାତ୍ରା କରିଥିଲେ । ସେହିପରି ଜିଲ୍ଲା ବିଜେଡି ଉପସଭାପତି ସଞ୍ଜିତ ପାଣିଗ୍ରାହୀଙ୍କ ନେତୃତ୍ୱରେ ୨୮ ନଂ ୱାର୍ଡ ହିଲପାଟଣା ଗୋପବନ୍ଧୁ ନଗର ଓ ଅନ୍ୟ ସାହି ବସ୍ତିରେ ମଧ୍ୟ ଜନ ସମ୍ପର୍କ ପଦଯାତ୍ରା କରାଯାଇଥିଲା । ୨୭ ନଂ ୱାର୍ଡରେ ପୂର୍ବତନ କର୍ପୋରେଟର ପାର୍ବତୀ ପ୍ରଧାନ ଓ ୨୬ନଂ ୱାର୍ଡରେ ମଧ୍ୟ ଜଣ ସମ୍ପର୍କ ପଦଯାତ୍ରା କରାଯାଇଥିଲା । ଏହି ଅବସରରେ ୫ନଂ ୱାର୍ଡରେ ଜନ ସମ୍ପର୍କ ପଦଯାତ୍ରା ଶେଷ କରିବା ପରେ ଗୋଷାଣୀନୂଆଗାଁ ରେଲୱେ ଓଭରବ୍ରିଜ ପାଖରେ ଏକ ସମାବେଶ ଅନୁଷ୍ଠିତ କରାଯାଇଥିଲା । ଏଥିରେ ମହାନଗର ବିଜେଡି ସଭାପତି ବିଜୟ ଚନ୍ଦ୍ର ସାମଲ ଅଧ୍ୟକ୍ଷତା କରିଥିଲେ । ଏହାସହ ବିଧାୟକ ବିକ୍ରମ କୁମାର ପଣ୍ଡା, ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ଡିସିସି ବ୍ୟାଙ୍କ ସଭାପତି ଅଲେଖ ଚୌଧୁରୀ, ବିଡିଏ ପୂର୍ବତନ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ମହାରଣା, ଯୁବ ବିଜେଡି ଜିଲ୍ଲା ସଭାପତି ଏନ.ଧନଞ୍ଜୟ ରାଓ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂଆ କାର୍ଯ୍ୟକ୍ରମ ୫ଟି ଏବଂ ମୋ ସରକାର ନେଇ ଆଲୋକପାତ କରିଥିଲେ ।
ରିପୋର୍ଟ : ଦକ୍ଷିଣାଞ୍ଚଳ ବ୍ୟୁରୋ ଚିଫ ନିମାଇଁ ଚରଣ ପଣ୍ଡା