ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଦକ୍ଷିଣ ଓଡ଼ିଶାର ପ୍ରାଣକେନ୍ଦ୍ର ବ୍ରହ୍ମପୁର ଠାରେ ବିମାନ ବନ୍ଦର ପ୍ରତିଷ୍ଠା ଓ ଗଞ୍ଜାମ ଜିଲ୍ଲାରେ ଦୃତ ଶିଳ୍ପାୟନ ପାଇଁ ଆଜି ଗଞ୍ଜାମ ଜିଲ୍ଲାପାଳ ଓ ଜିଲ୍ଲାପାଳଙ୍କ ମାଧ୍ୟମରେ ଓଡ଼ିଶା Chief Secretary, 5T Secretary, Industry & Transport Secretary ଓ CMOର Chief Advisorଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଆଜି ସକାଳ ୯.୩୦ରେ ଏକ ବିଶାଳ ବାଇକ୍ ରାଲିରେ Odisha Development Forum, Ganjam Chamber of Commerce, ଗଞ୍ଜାମ ବିକାଶ ମଞ୍ଚ, ଫୋରମ୍ ଫର୍ ଗଞ୍ଜାମ, ବହୁମୁଖି ସମାଜ ମଙ୍ଗଳ ଓ ସାଂସ୍କୃତିକ କେନ୍ଦ୍ର, କେଶରୀୟା ବାହିନୀ, ପ୍ରଗତିଶୀଳ ଉତ୍କଳ ସମାଜ, ଗଞ୍ଜାମ ବାର ଆସୋସିଏସନ୍, ଶ୍ରୀମା ଉନ୍ନୟନ କମିଟି, NIST ଓ ଅନ୍ୟ କଲେଜର ଛାତ୍ର ଓ ପୂର୍ବ ଛାତ୍ର ଓ ବ୍ରହ୍ମପୁର ବିମାନ ବନ୍ଦର ପ୍ରତିଷ୍ଠା ମଞ୍ଚର ସମସ୍ତ ବରିଷ୍ଠ କାର୍ଯ୍ୟକର୍ତ୍ତା ଖାସ୍ପା ସାହି (ଗୋପୀନାଥ ମନ୍ଦିର), ବ୍ରହ୍ମପୁରରୁ ବାହାରି ବଡ଼ବଜାର, ସାନବଜାର, ଗିରୀମାର୍କେଟ୍, one-way Traffic Road, ପୁରୁଣା ବସଷ୍ଟାଣ୍ଡ, ଖଲ୍ଲିକୋଟ କଲେଜ, ଟାଟାବେଞ୍ଚ, କମାପଲ୍ଲୀ, କୋର୍ଟ ପେଟା, ଇଞ୍ଜିନିୟରିଂ ସ୍କୁଲ୍ ଛକ ହୋଇ ଛତ୍ରପୁର ସହରରେ ପହଁଚିଥିଲେ । ଛତ୍ରପୁର ସହର ବୁଲି ଜନ ସଚେତନତା କରି ସଦସ୍ୟ ଗଣ ଜିଲ୍ଲାପାଳଙ୍କୁ ଜ୍ଞାପନ ପ୍ରଦାନ କରିଥିଲେ । ଆଲୋଚନା ପରେ ଗଞ୍ଜାମ ଜିଲ୍ଲାପାଳ ଏକରୁ ଦୁଇ ମାସ ମଧ୍ୟ ରେ ବ୍ରହ୍ମପୁର ଠାରେ ବିମାନ ବନ୍ଦର ପ୍ରତିଷ୍ଠାର ପୁରା ଚିତ୍ର ଜନ ସାଧାରଣଙ୍କ ସମ୍ନାକୁ ଆସିବ ଓ ସେ ଏହି ବିଷୟରେ ନିଜେ ଜନ ସାଧାରଣଙ୍କୁ ଅବଗତ କରାଇବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । Odisha Development Forumର ରାମ ପ୍ରସାଦ ତ୍ରିପାଠୀ, ଶ୍ରୀମତୀ ବବିତା ପାତ୍ର, ସ୍ଵରାଜ୍ୟ ସାହୁ, ଟୁନା ମହାରଣା, ଲକ୍ଷ୍ମୀ ନାରାୟଣ ପାଢ଼ୀ, ବି. ସୋମେଶ୍ୱର ରାଓ, ଇ. ଶିବ ପ୍ରସାଦ ରାଓ, ଭିଏସ. ବାସନା, ସୁରେଶ କୁମାର, ମାନସ ରଞ୍ଜନ ପାତ୍ର, ସରୋଜ ପଟ୍ଟନାୟକ, ରାଜେନ୍ଦ୍ର ପଣ୍ଡା, ଶିବ ପ୍ରସାଦ ମିଶ୍ର, ସୁଧାଂଶୁ ପଣ୍ଡା, ସୁଧୀର ରାଉତ, ଜେ. ସୁରେଶ, ଭି.ସନ୍ତୋଷ, ବାଳକୃଷ୍ଣ ସାମନ୍ତରାୟ, ମଧୁ ଭାଇ, ଦୀପକ୍ କୁମାର, ସୁଦାମ ଭାଇ, ପ୍ରକାଶ ପ୍ରଧାନ, ଭି. ନେହାଲ୍, ବନମାଳି ଅଜୟ, ଡ଼ଃ.ଚକ୍ରଧର ରାଜୁ, ମନୋରଞ୍ଜନ ପଣ୍ଡା ଓ ଅନ୍ୟ ବରିଷ୍ଠ ସଦସ୍ୟ ନେତୃତ୍ୱ ନେଇଥିଲେ । ବିଶିଷ୍ଟ ପ୍ରବାସୀ ଓଡ଼ିଆ ଡ଼ଃ. ପ୍ରଣବ ପାଣି, ବାଙ୍ଗାଲୋର ଓ ମୁମ୍ବାଇ ଉତ୍କଳ ସମାଜର ସଭାପତି ଭଗବାନ ପଣ୍ଡା ମାର୍ଗ ଦର୍ଶନ ପ୍ରଦାନ କରିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା