
ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ଠାରେ ବିମାନ ବନ୍ଦର ସ୍ଥାପନ ଦାବି ନେଇ ଆଜି ଏମକେସିଜି ମେଡିକାଲ ଛକଠାରେ ଗତକାଲି ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ପଥପ୍ରାନ୍ତ ସଭା ସହ ପୋଷ୍ଟ କାର୍ଡ ଓ ବ୍ୟାନେର ଦସ୍ତଖତ ଅଭିଯାନ ଅନୁଷ୍ଠିତ ହୋଇ ଆଜି ସୁଦ୍ଧା ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୧୦ ହଜାର ପୋଷ୍ଟ କାର୍ଡ ପ୍ରେରଣ କରାଯାଇଛି l ଉଡ଼ାନ ଯୋଜନାରେ ଗଞ୍ଜାମ ଜିଲ୍ଲାକୁ ଅନ୍ତର୍ଭୁକ୍ତ ନ କରି ଜିଲ୍ଲାବାସୀଙ୍କ ଦୀର୍ଘ ବର୍ଷର ଦାବିକୁ ଗୁରୁତ୍ୱହୀନ ମନେ କରାଯାଇଛି l ଏହା ବିରୁଦ୍ଧରେ ପ୍ରବଳ ଜନସଚେତନତା ସୃଷ୍ଟି କରାଯିବ ବୋଲି ଆଜି ସଚେତନତା ସଭାରେ ମିଳିତ କମିଟି ଆବାହକ ରାଜେନ୍ଦ୍ର ପଣ୍ଡା ମତବ୍ୟକ୍ତ କରିଛନ୍ତି l ଏହି କାର୍ଯ୍ୟକ୍ରମରେ ଆଇନଜୀବୀ ଅବନୀ ଗୟା, ଶିକ୍ଷକ ସଂଗଠନ ନେତା ଶ୍ୟାମ ସୁନ୍ଦର ଖାଡ଼ଙ୍ଗା, ସମାଜସେବୀ ଗଗନଚନ୍ଦ୍ର ମଲ୍ଲିକ, ଏସ. ପ୍ରକାଶ ଚନ୍ଦ୍ର ପାତ୍ର, ବିଶ୍ଵଦେବ, ଧନୁର୍ଧର ଗୌଡ଼, ପୁରୁଷୋତ୍ତମ ବିଷୋୟୀ, ସlଲ୍ଲା କେଶବ ଲିଙ୍ଗମ, ଡ଼ଃ. ଶିବ ପ୍ରସାଦ ମିଶ୍ର ପ୍ରମୁଖ ଅଂଶ ଗ୍ରହଣ କରିଥିଲେ l