ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆଜି ବିଶ୍ୱ ପରିବେଶ ଦିବସ । ଏହି ଅବସରରେ ବ୍ରହ୍ମପୁରରେ ବିଡିଏ ତରଫରୁ ବିଡିଏ ଅଧ୍ୟକ୍ଷ ସୁବାସ ମହାରଣାଙ୍କ ନେତୃତ୍ୱରେ ଲାଞ୍ଜିପଲି ଢିପ ସାହି ମୁଖ୍ୟ ରାସ୍ତାରେ ଓ ଆନନ୍ଦ ନଗର ସାହିରେ ବିଭିନ୍ନ ପ୍ରକାରର ପ୍ରାୟ ୧୦୦ଟି ବୃକ୍ଷ ରୋପଣ କରାଯାଇଛି । ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ମାନ୍ୟଗଣ୍ୟ ବ୍ୟକ୍ତି ଗଣ ବିଶ୍ଵପରିବେଶ ଦିବସ ବିଷୟରେ ଅବଗତ କରାଇଥିଲେ ଓ ମୁଖ୍ୟ ରାସ୍ତାରେ ସ୍ଲୋଗାନ ଦେଇ ଚାଲି ଚାଲି ଯାଇ ବୃକ୍ଷ ରୋପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ପୂର୍ବତନ ବିଧାୟକ ଡ଼ଃ. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ନଗର ସଭାପତି ବିଜୟ ଚନ୍ଦ୍ର ସାମଲ, ମହିଳା ନେତ୍ରୀ ସଂଘମିତ୍ରା ଦଳେଇ, ଭଗବାନ ଗନ୍ତାୟତ, ସଂଜିତ ପାଣିଗ୍ରାହୀ, ଦୁର୍ଗା ଚରଣ ପଣ୍ଡା, ରଶ୍ମିତା ପାତ୍ର, ଭିଷ୍ମଚାର୍ଯ୍ୟ ଚୌଧୁରୀ, ଦୂତିକୃଷ୍ଣ ମଲ୍ଲ, ଅନିଲ ସାହୁ, ସୁରେଶ ତ୍ରିପାଠୀ, ସୌମିକ ସାହୁ, ଟି. ଗୋପୀ, ଟି. ତିରୁପତି ପାତ୍ର, ମମତା ବିଶୋଇ, ମଞ୍ଜୁଳା ଦେବୀ, ମମତା ରାଓ, କୈଳାଶ ବିଶୋଇ, ତୁମ୍ବନାଥ ପଣ୍ଡା, କୈଳାସ ବିଶୋଇ, ଗଣେଶ ଚୌଧୁରୀ, ମୁକୁନ୍ଦ ଗୌଡ଼, ସୁରିୟା ପ୍ରକାଶ ରାଓ, ରାସ ବିହାରୀ ଦାବି, ମଦନ ଦଳେଇ, ପ୍ରମୋଦ ମହାରଣା, ଲିନା ମହାରଣା, ମୁନ୍ନା ରେଡ୍ଡୀ, ଉମା ମିଶ୍ର, ମହେଶ୍ଵର, ପ୍ରଭାକର ମହାନ୍ତି, କୋଟି ରେଡ୍ଡୀ, ରାଜେଶ ସାହୁ, ଶିବ ପ୍ରଧାନ, ଅମିତ କୁମାର ଦାସ, ପ୍ରଶନ୍ନ ଗନ୍ତାୟତ, ସିମାଞ୍ଚଳ ସାହୁ, ମୁନା ମହାରଣା, ମୁନା ରେଡ୍ଡୀ, ରାମନାଥ ତନ୍ତ୍ରି, କେଶବ ହାତୀ, ପ୍ରତାପ ପାଣିଗ୍ରାହୀ, ଶିବ ପ୍ରସାଦ ପାତ୍ର, ଭାସ୍କର ହାତୀଙ୍କ ସମେତ ମହିଳା, ଛାତ୍ର ଯୁବ, ଅଂଚଳ ବାସି ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା