ବ୍ରହ୍ମପୁରରେ ମଧୁମେହ, ଉଚ୍ଚରକ୍ତଚାପ ଓ ଥାଇରଏଡ଼ ରୋଗ ଉପରେ ସଚେତନତା କାର୍ଯ୍ୟକ୍ରମ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ପୃଥିବୀ ତଥା ଭାରତ ବର୍ଷରେ ଜୀବନ ଶୈଳୀ ଅବବ୍ୟବସ୍ଥା ଜନିତ କିଛିଟି ବିପାକ ପ୍ରକିୟାର ତ୍ରୁଟି ଦେଖା ଦେଇଥାଏ ଏବଂ ଏହା ଯୋଗୁଁ ଡାଏବେଟିସ, ଉଚ୍ଚରକ୍ତଚାପ ତଥା ଚର୍ବି ସମସ୍ୟା ଅଧିକ ମାତ୍ରାରେ ଦେଖାଦେଇଥାଏ । ବ୍ୟସ୍ତ ବହୁଳ ଜୀବନ ଗୋଟିଏ ଜାଗାରେ ବସି ରହି କାମ କରୁଥିବା ଅଭ୍ୟାସ ଏବଂ ନିୟମିତ ବ୍ୟାୟାମର ଅଭାବ ତଥା ଚାକିରୀରେ ଜଡିତ ମାନସିକ ଚାପ ଯୋଗୁଁ ସରକାରୀ କର୍ମଚାରୀ ଏହି ସମସ୍ୟାରେ ଅଧିକ ମାତ୍ରାରେ ଆକ୍ରାନ୍ତ ହୋଇଥାନ୍ତି । ସେଥିପାଇଁ ଏହି କର୍ମଚାରୀଙ୍କ ସଚେତନ ତଥା ରକ୍ତ ପରୀକ୍ଷଣ ପାଇଁ ବ୍ରହ୍ମପୁର ସ୍ଥିତ ଡାଏବେଟିସ ଏଥୁ ଏଥୋକେୟାର କ୍ଲିନିକର ଏଥୋକ୍ରାଇନୋଲୋଜିଷ୍ଟ ଡା. ସୁନୀଲ କୁମାର କୋଟା ପଦକ୍ଷେପ ନେଇଥିଲେ । ଏହି ପରିପ୍ରେକ୍ଷୀରେ ବ୍ରହ୍ମପୁର ଉପ ଜିଲ୍ଲାପାଳ ଦିଗନ୍ତ ରାଉତରାଏ ଏବଂ ତତ୍ତ୍ୱାବଧାନରେ ସବ କଲେକ୍ଟର ଅଫିସ କର୍ମଚାରୀ ତଥା ଗଞ୍ଜାମ ଜିଲ୍ଲା ପ୍ରୋଜେକ୍ଟ ଡାଇରେକ୍ଟର ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଛତ୍ରପୁର ସ୍ଥିତ ଡି.ଆଇ.ଡି.ଏ କର୍ମଚାରୀଙ୍କ ପାଇଁ ଏକ ସଚେତନ ଶିବିର ଏବଂ ରକ୍ତ ପରୀକ୍ଷଣ ଆୟୋଜନ କରାଯାଇଥିଲା । ଉଭୟ ଅଫିସରେ ଅନୁଷ୍ଠିତ ଏହି ସ୍ୱାସ୍ଥ୍ୟ ଶିକ୍ଷଣୀୟ ଅଧିବେଶନରେ ଡା.ସୁନୀଲ କୁମାର କୋଟା ଉପସ୍ଥିତ କର୍ମଚାରୀ ବୃନ୍ଧଙ୍କୁ ଡାଏବେଟିସ, ଉଚ୍ଚରକ୍ତଚାପ, ଥାଇରଏଡ଼ ତଥା ଚର୍ବି ସମସ୍ୟା ଉପରେ ଏକ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଜରିଆରେ ଅବଗତ କରାଇଥିଲେ । ଏଥିରେ ସବୁ ରୋଗର କାରଣ, ଲକ୍ଷଣ, ଜଟିଳତା, ନିବାରଣ ଏବଂ ଚିକିତ୍ସା ଉପରେ ଆଲୋକପାତ କରିଥିଲେ । ଏହାପରେ ରକ୍ତ ଶର୍କରା, ରକ୍ତଚାପ, ଥାଇରଏଡ଼, ସ୍ନାୟୁ ପରୀକ୍ଷା, ପରିଶ୍ରା ପରିକ୍ଷା (ମାଇକ୍ରାଲ) କରାଯାଇଥିଲା । ବ୍ରହ୍ମପୁର ସବ କଲେକ୍ଟର ଅଫିସର ପ୍ରାୟତଃ ୪୦ ଜଣ ଏବଂ ଛତ୍ରପୁର ସ୍ଥିତ ଦିଆରଦିଏ ଅଫିସର ପ୍ରାୟତଃ ୫୦ ଜଣ ଏଥିରେ ଅଂଶ ଗ୍ରହଣ କରି ଲାଭାନ୍ନିତ ହୋଇଥିଲେ . ପରିବେଶରେ ଉଭୟେ ଉପଜିଲ୍ଲାପାଳ ଦିଗନ୍ତ ରାଉତରାଏ ଏବଂ ପି.ଡି. ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ଡା. କୋଟାଙ୍କର ଏହି ସେବା ମନୋବୃତ୍ତି ଜଡିତ ସାମାଜିକ କାର୍ଯ୍ୟକ୍ରମ ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା

One thought on “ବ୍ରହ୍ମପୁରରେ ମଧୁମେହ, ଉଚ୍ଚରକ୍ତଚାପ ଓ ଥାଇରଏଡ଼ ରୋଗ ଉପରେ ସଚେତନତା କାର୍ଯ୍ୟକ୍ରମ…

Comments are closed.