



ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଲଘୁଚାପ ସୃଷ୍ଟି ହୋଇଥିବା ଯୋଗୁଁ ସାରା ଦେଶରେ ଝିପିଝିପି ବର୍ଷା ଲାଗିରହିଥିବା ବେଳେ ବ୍ରହ୍ମପୁରରେ ପ୍ରବଳ ବର୍ଷା ହେଉଥିବା ଦେଖିବାକୁ ମିଳିଛି । ଯାହାଫଳରେ ସ୍ଥାନୀୟ ଗଜପତି ନଗରରେ ବସବାସ କରୁଥିବା ଅଞ୍ଚଳବାସୀ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ସବୁବେଳେ ବର୍ଷା ହେଲାମାତ୍ରେ ଏହି ଅଞ୍ଚଳର ଲୋକମାନଙ୍କୁ ରାଜରାସ୍ତାରେ ଚାଲି ଯିବା ପାଇଁ ନାଳ ପାଣି ମଧ୍ୟରେ ହିଁ ଯିବାକୁ ପଡୁଛି । ଏହି ଅଞ୍ଚଳର ନାଳ ଓ ଆବର୍ଜନା ସଫେଇ ପାଇଁ ଘରୋଇ କରଣରେ ରାସ୍ତା ସଫେଇ ହେଉଥିଲେ ମଧ୍ୟ ନାଳ ସଫେଇରେ କୌଣସି ପ୍ରକାରର ଉନ୍ନତି ହୋଇପାରିନଥିବା ଜଣାପଡିଛି । ଏହି ଅଞ୍ଚଳର ଘରମାଲିକମାନେ ପ୍ରତିବର୍ଷ ବ୍ରହ୍ମପୁର ମହାନଗର ନିଗମକୁ ବାର୍ଷିକ ହୋଲଡିଂ ଟେକ୍ସ ସଠିକ୍ ସମୟରେ ପୈଠ କରୁଥିଲେ ମଧ୍ୟ କୌଣସି ସମସ୍ୟାର ସମାଧାନ କରାଯାଉନଥିବା ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ ଓଡିଆରପି ଦ୍ଵାରା ବଡ଼ ନାଳ ନିର୍ମାଣ ହେବା ଦର୍ଶାଇ ଗତ ୨୦୧୪ ମସିହା ଠାରୁ ଆଜକୁ ପାଞ୍ଚ ବର୍ଷ ହେବ ଉକ୍ତ ଗଜପତି ନଗରର ୧୦ମ ଗଳି ଠାରୁ ବାହନାନାଳ ୧୪ତମ ସାହି ପର୍ଯ୍ୟନ୍ତ ମୁଖ୍ୟ ରାସ୍ତା ଓ ଡ୍ରେନକୁ ପ୍ରଶସ୍ତିକରଣ କରାଯାଉନଥିବା ଏବଂ ବାହାନା ନାଳକୁ ମଧ୍ୟ ରିତିମତ ଭାବରେ ସଫେଇ ଡ୍ରେନେଜ୍ ଡିଭିଜନ୍ କରାଯାଉନଥିବା ଅଭିଯୋଗ ହୋଇଛି । ଏହି ସମସ୍ୟା ବିଷୟରେ ବାରମ୍ବାର ବ୍ରହ୍ମପୁର ମହାନଗର ନିଗମର ଉଚ୍ଚ କତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ଅଞ୍ଚଳର ସମସ୍ୟାର ସମାଧାନ କରିବା ପାଇଁ କୈାଣସି ପଦକ୍ଷେପ ଗ୍ରହଣ କରାଯାଉନଥିବା ଅଭିଯୋଗ ହୋଇଛି । ତେଣୁ ଏହି ସମସ୍ୟାର ସ୍ଥାୟୀ ସମାଧାନ କରିବା ନିମନ୍ତେ ଗଜପତିନଗର ଉନ୍ନୟନ ସମିତି ପକ୍ଷରୁ ଦାବି କରାଯାଇଛି । ଯଦି ଏହାର କୌଣସି ସମାଧାନ ତୁରନ୍ତ କରାନଯାଏ ତେବେ ବାଧ୍ୟ ହୋଇ ଆଇନର ଆଶ୍ରୟ ନେବୁ ବୋଲି ସମିତିର ସମ୍ପାଦକ ଚେତାବନୀ ଦେଇଛନ୍ତି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା


