ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁରର ବୋହୁ ଆନ୍ଧ୍ରର ପାତପାଟଣା ନିର୍ଵାଚନ ମଣ୍ଡଳୀର ବିଧାୟିକା ଭାବେ ନିର୍ବାଚିତ ହୋଇଛନ୍ତି । ତାଙ୍କ ନାଁ ଶାନ୍ତି ରେଡ୍ଡୀ । ସେ ଜଗନ୍ନ ମୋହନ ରେଡ୍ଡୀଙ୍କ ନେତୃତ୍ୱାଧୀନ YSR କଂଗ୍ରେସର ଶ୍ରୀକାକୁଲମ ଜିଲ୍ଲା ଅଧ୍ୟକ୍ଷା ରୂପେ କାର୍ଯ୍ୟକରି ଆସୁଥିଲେ । ଆନ୍ଧ୍ରର ପାତ ପାଟଣା ନିର୍ବାଚନ ମଣ୍ଡଳୀର ଝିଅ କିନ୍ତୁ ସେ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହର ବଗୁଲା ସାହିରେ ବିବାହ କରିଥିଲେ । ତାଙ୍କ ସ୍ୱାମୀ ଜଣେ IFS ଅଫିସର । ତାଙ୍କ ନାଁ ହେଉଛି ନାଗଭୁଷଣ ରାଓ ରେଡ୍ଡୀ । ନାଗଭୁଷଣଙ୍କ ଘର ବ୍ରହ୍ମପୁର ବଗୁଲା ସାହି ବୋଲି ଜଣାପଡିଛି । ତେବେ ଗତ ନିର୍ଵାଚନରେ ଶ୍ରୀମତୀ ଶାନ୍ତି ରେଡ୍ଡୀ YSR କଂଗ୍ରେସରୁ ପ୍ରାର୍ଥୀ ହୋଇ ଶ୍ରୀକାକୁଲମ ଜିଲ୍ଳା ପାତପାଟଣା ନିର୍ବାଚନ ମଣ୍ଡଳୀରୁ ବିଧାୟିକା ରୂପେ ନିର୍ବାଚିତ ହୋଇଛନ୍ତି । ତାଙ୍କ ସ୍ୱାମୀ ନାଗଭୁଷଣ କର୍ଣ୍ଣାଟକ ରାଜ୍ୟରେ ଫରେଷ୍ଟ ବିଭାଗରେ ଅଫିସର ଥିବାବେଳେ ଝିଅ ବେଦିକା ରେଡ୍ଡୀ IAS ଅଫିସର ଭାବେ କାର୍ଯ୍ୟ କରୁଛନ୍ତି ।
ରିପୋର୍ଟ : ଜିଲ୍ଳା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା