ବ୍ରହ୍ମପୁର ଓ ଛତ୍ରପୁରରେ ଗଜଲକ୍ଷ୍ମୀ ପୂଜାର ମାହୋଲ ଉତ୍ସବ ମୁଖର….

ଛତ୍ରପୁର (ନିମାଇଁ ଚରଣ ପଣ୍ଡା) ବ୍ରହ୍ମପୁର ଓ ଛତ୍ରପୁର ସହରରେ ମହାଲକ୍ଷ୍ମୀ ପୂଜା କୁମାର ପର୍ଣ୍ଣମୀ ଠାରୁ ଆରମ୍ଭ ହୋଇ ବେଶ ସରାଗମରେ ଚାଲିଛି । ବ୍ରହ୍ମପୁରର ଗୋସଁଇନୂଆଗାଁରେ ପ୍ରତ୍ୟେକ ବର୍ଷ ଭଳି ଏହି ବର୍ଷ ମଧ୍ୟ ବଡ ଧୁମଧାମରେ ଗଜଲକ୍ଷ୍ମୀ ପୂଜା ଚାଲିଛି । ସେହିଭଳି ଛତ୍ରରପୁର ଲକ୍ଷ୍ମୀକମ୍ପ୍ଲେକ୍ସରେ ଓ ବାଟ ଛତ୍ରପୁରରେ ଗଜଲକ୍ଷ୍ମୀ ପୂଜା  ବିଶେଷ ଆକର୍ଷଣୀୟ ହୋଇଛି । ଏଠାରେ ମହାଲକ୍ଷ୍ମୀ ମା’ଙ୍କୁ ଭକ୍ତମାନେ ଏକ ହଜାରେ ଆଠ ଦୀପ ଦାନ କରିଛନ୍ତି । ବିଧାୟକ ଡି. ପ୍ରିୟାଂଶୁ ପ୍ରଧାନ ପ୍ରଥମେ ଦୀପଦାନ କରି ମହାଲକ୍ଷ୍ମୀ ମା’ଙ୍କ ୧୦୦୮ ଦୀପଦାନର ଶୁଭାରମ୍ଭ କରିଥିଲେ। 

ଛତ୍ରପୁର ବିଧାୟକ ପ୍ରିୟାଂଶୁ ପ୍ରଧାନ ମହାଲକ୍ଷ୍ମୀଙ୍କୁ ଦୀପଦାନ କରୁଛନ୍ତି ।