

ଵ୍ରହ୍ମପୁର (ସମୃଦ୍ଧ ଓଡିଶା) ଆଜି ୮୪ତମ ପୋଲିସ ପ୍ରତିଷ୍ଠା ଦିବସ । ଏଥିପାଇଁ ବ୍ରହ୍ମପୁର ଜିଲ୍ଲା ପୋଲିସ ପକ୍ଷରୁ ଆମ୍ବପୁଆ ସ୍ଥିତ ପୋଲିସ ରିଜର୍ଭ ପଡିଆଠାରେ ଏହି ଦିବସ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ବ୍ରହ୍ମପୁର ଏସପି ପିନାକି ମିଶ୍ର ଯୋଗ ଦେଇ ସମ୍ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ । ଏହି ଅବସରରେ ଉତ୍ତମ କାର୍ଯ୍ୟ କରିଥିବା ଶ୍ରେଷ୍ଠ ୫ ଜଣ କର୍ମଚାରୀଙ୍କୁ ପୁରସ୍କୃତ କରାଯାଇଛି । ଏଥିରେ ବ୍ରହ୍ମପୁର ପୋଲିସ ଜିଲ୍ଲାର ବହୁ ବରିଷ୍ଠ ପୋଲିସ ଅଧିକାରୀଙ୍କ ସମେତ ବହୁ ପୋଲିସ କର୍ମଚାରୀମାନେ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା