ବ୍ରହ୍ମପୁର ଫ୍ରେଣ୍ଡସ ୱେଲଫର କ୍ଲବ ୬୬ଟି ଚକ୍ଷୁ ସଂଗ୍ରହକରି ସୁନାମ ଅର୍ଜନ …

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ସହରରେ ରକ୍ତଦାନ ଓ ଚକ୍ଷୁଦାନରେ ଅଗ୍ରଣିଥିବା ସ୍ବେଛାସେବୀ ଅନୁଷ୍ଠାନ ଫ୍ରେଣ୍ଡସ ୱେଲଫର କ୍ଲବ ଆଜି ଏକ ଚକ୍ଷୁ ସଂଗ୍ରହ କରି ଏମକେସିଜି ମେଡିକାଲ କଲେଜ ହସ୍ପିଟାଲ ଚକ୍ଷୁ ଭଣ୍ଡାରକୁ ପ୍ରଦାନ କରିଛି । ଗତକାଲି ପୂର୍ବାହ୍ନରେ ବ୍ରହ୍ମପୁର ପ୍ରକାଶମ ହଲ ସମ୍ମୁଖରେ ଥିବା ଫାଇନ ଆର୍ଟ ଫୋଟ ଷ୍ଟୁଡିଓ ମାଲିକ ଏ ସୁରେଶଙ୍କ ବୁଢ଼ୀ ମା’ ଶ୍ରୀମତୀ ଏ ବରଲକ୍ଷ୍ମୀ ୮୨ବର୍ଷ ବୟସରେ ମୃତ୍ୟୁ ବାରଣ କଲେ । ଖବର ପାଇ ପାର୍କ ସାହି ସ୍ଥିତ ଏହି ସ୍ୱେଚ୍ଛାସେବୀ ଅନୁଷ୍ଠାନର ପ୍ରକଳ୍ପ ସଂଯୋଜକ ଏ ଲକ୍ଷ୍ମୀ ନାରାୟଣ (ବାବୁ) ହନୁମାନ ମନ୍ଦିର ରୋଡ଼ ସାହି ସ୍ଥିତ ତାଙ୍କ ବାସଭବନରେ ପହଞ୍ଚିଥିଲେ । କ୍ଲବର ନିର୍ବାଚିତ ସଭାପତି ଆର ଶଙ୍କର ରାଓ ଆଚାରୀ ଓ ଅନ୍ୟାନ୍ୟ ସଭ୍ୟମାନେ ପହଞ୍ଚି ଏମକେସିଜି ମେଡିକାଲ କଲେଜ ହସ୍ପିଟାଲକୁ ଖବର ଦେଇଥିଲେ । ଫଳରେ ମେଡିକାଲର ଚକ୍ଷୁ ବିଭାଗ ପ୍ରଫେସର ଦେବାଶିଷ ମହାପାତ୍ର ଓ ଡାକ୍ତର ଏ ସି ରଘୁ ଅସ୍ତ୍ରପ୍ରଚାର କରି ଚକ୍ଷୁ ବାହାର କରିଥିଲେ । ଏହାକୁ ମିଶାଇ ଏହି କ୍ଲବ ବର୍ତ୍ତମାନ ସୁଦ୍ଧା ୬୬ଟି ଚକ୍ଷୁଦାନ କରିଛି । ଏକ୍ସ ଅଫିସିଓ ସଭାପତି ସୁଧୀର ପଟ୍ଟନୟକ ଧନ୍ୟବାଦ ଜଣାଇଛନ୍ତି ।