



ବ୍ରହ୍ମପୁର(ସମୃଦ୍ଧଓଡିଶା)୧/୫ : ବ୍ରହ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ୱାର୍ଡ ନଂ – ୧ ଓ ୨ ରେ ଜନସମ୍ପର୍କ ପଦଯାତ୍ରା କରି ଭୋଟ ଭିକ୍ଷା କରିବା ସହ ସ୍ଥାନୀୟ ଅଞ୍ଚଳ ମାନଙ୍କର ବିଭିନ୍ନ ସମସ୍ୟା ବିଷୟରେ ଅବଗତ ହୋଇ ସମାଧାନ ପାଇଁ ପ୍ରୟାସ କରିଥିଲେ ବ୍ରହ୍ମପୁର ବିଧାନସଭା ପ୍ରାର୍ଥୀ କେ.ଅନିଲ କୁମାର । ରାଜନୀତି ନୁହେଁ ସେବାର ଏ ସଂକଳ୍ପ,ପଦବୀ ନୁହେଁ ବିକାଶ ପାଇଁ ଏ ଯାତ୍ରା । ବ୍ରହ୍ମପୁରର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ମୋର ଏ ଲଢ଼େଇ ବୋଲି ପ୍ରକାଶ କରିଛନ୍ତି ବ୍ରହ୍ମପୁର ବିଧାନସଭା ପ୍ରାର୍ଥୀ କେ.ଅନିଲ କୁମାର । ଏଥର ଓଡ଼ିଆ ଅସ୍ମିତା,ସ୍ୱାଭିମାନ ଓ ହକ୍ ପାଇଁ ଲଢ଼େଇ ହେବ ବୋଲି ଆଜି ପ୍ରକାଶ କରିଛନ୍ତି ଦଳୀୟ ପ୍ରାର୍ଥୀ କେ.ଅନିଲ କୁମାରଙ୍କ ସମେତ ଦଳୀୟ ନେତୃବୃନ୍ଦ । କେ.ଅନିଲ କୁମାରଙ୍କ ପ୍ରତି ଅଞ୍ଚଳ ବାସୀଙ୍କ ସ୍ନେହ, ଶ୍ରଦ୍ଧା ଏବଂ ସମର୍ଥନ ପ୍ରବଳ ଥିବା ଦେଖିବାକୁ ମିଳିଥିଲା । ଆଜିର ଏହି ଜନ ସମ୍ପର୍କ ଅଭିଯାନରେ ଆସ୍କା ରୋଡ଼ ମଣ୍ଡଳ ସଭାପତି ଭାବଗ୍ରାହୀ ପାଳ,ପୂର୍ବତନ କର୍ପୋରେଟର ଜଗଦୀଶ ରାଓ,ଅନୁପ ପଣ୍ଡା,ଗୋପାଳ ରଥ,ଏନ୍.ଏରେୟା,ତ୍ରିନାଥ ମହାପାତ୍ର,ରାଜ୍ୟ ଯୁବମୋର୍ଚ୍ଚା ସମ୍ପାଦକ ତୁତୁନ୍ ପାତ୍ର,କେ.ରବି ରାଓ,କମଲ୍ ପାତ୍ର,ସଞ୍ଜୟ ଜେନା,ପତିତପାବନ ଗନ୍ତାୟତ,ବିଷ୍ଣୁ ସୁବୁଦ୍ଧି,ଡ଼ି.ଶ୍ରୀନିବାସ ରାଓ ପ୍ରମୁଖଙ୍କ ସମେତ ବହୁ ଦଳୀୟ କାର୍ଯ୍ୟକର୍ତ୍ତା ଏବଂ ଅଞ୍ଚଳ ବାସୀ ସାମିଲ୍ ହେଇଥିଲେ । (ସୁନିଲ କୁମାର ସାହୁ)
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ପଣ୍ଡା